ମୋଦିଙ୍କ ସରକାର ଆସିବା ପରେ ବିମାନ ଚଳାଚଳରେ ଓଡିଶା ଢେର ଆଗେଇଛି : ସିହ୍ନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ଓଡିଶାର ଆର୍ଥିକ ବିକାଶ ପାଇଁ ବିମାନ ବନ୍ଦରର ବିକାଶ ଓ ବିମାନ ଚଳାଚଳରେ ବୃଦ୍ଧିର ଆବଶ୍ୟକତା ରହିଛି । ତାକୁ ଦୃଷ୍ଟିରେ ରଖି କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଓଡିଶାକୁ ବିମାନ ଚଳାଚଳ କ୍ଷେତ୍ରରେ ଆଗକୁ ନେବା ପାଇଁ କେନ୍ଦ୍ର ସରକାର ନାଗରିକ ଉଡାଣ ଯୋଜନାରେ ଓଡିଶାକୁ ପ୍ରାଧାନ୍ୟ ଦେଇଛନ୍ତି । ଓଡିଶାର ଏବେ ଝାରସୁଗୁଡା ବିମାନବନ୍ଦର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରମଳରେ ଉଦ୍ଘାଟନ କରାଯାଇଥିଲା । ଗତ ୧/୦୩/୨୦୧୯ ତାରିଖ ଦିନ ସ୍ପାଇସ୍ ଜେଟ୍ ମାଧ୍ୟମରେ ଝାରସୁଗୁଡାରୁ ଅନେକ ଜାଗାକୁ ବିମାନ ସେବା ଆରମ୍ଭ କରାଯାଇଛି । ଝାରସୁଗୁଡା ଏବେ ଦେଶର ସମସ୍ତ ମହତ୍ୱପୂର୍ଣ୍ଣ ସହର ତଥା ଦିଲ୍ଲୀ, ବାଙ୍ଗାଲୋର, ହାଇଦ୍ରବାଦ ଏବଂ କଲିକତାକୁ ଯୋଡିବା ସହ ଝାରସୁଗୁଡା ସହର ବିମାନ ଚଳାଚଳ ନକ୍ସାରେ ଯୋଡା ଯାଇଛି । ଯାହା ପଶ୍ଚିମ ଓଡିଶାକୁ ଅଧିକ ଲାଭ ମିଳିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ରବିବାର ଭାଜପା ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସେହିପରି ଭୁବନେଶ୍ୱର ବିମାନବନ୍ଦରରେ ସଂପ୍ରାସରଣ ପାଇଁ ଅନେକ ନୂଆ ଯୋଜନା କରାଯାଇଛି । ସର୍ବପ୍ରଥମେ ଥିବା ଟର୍ମିନାଲ ଟି-୧କୁ ପୁରୁଣା ଟର୍ମିନାଲ ସଂଯୋଗ କରି କିଭଳି ଅଧିକ ଯାତ୍ରୀଙ୍କୁ ଆମେ ସମ୍ବାଳି ପାରିବା ସେଥିପାଇଁ ୯୩୫ କୋଟି ଟଙ୍କାର ଏକ ନୂଆ ଟର୍ମିନାଲ ଭୁବନେଶ୍ୱର ବିମାନବନ୍ଦରରେ ନିର୍ମାଣ କରାଯିବ । ଭୁବନେଶ୍ୱର ବିମାନବନ୍ଦର ଆଜିର କ୍ଷମତାରେ ୩ ଗୁଣ ବୃଦ୍ଧି କରାଯିବ । ଭବିଷ୍ୟତରେ ଭୁବନେଶ୍ୱରର ବିମାନଯାତ୍ରୀଙ୍କୁ ଅଧିକ ସୁବିଧା ଯୋଗାଇ ଦେବା ସହ ବିମାନବନ୍ଦରକୁ ଆହୁରି ଆଧୁନିକରଣ କରାଯିବ । ଏହି କାମକୁ ଆଗାମୀ ଦୁଇରୁ ଅଢେଇ ବର୍ଷ ଭିତରେ ପୂରା ହେବ ବୋଲି ଶ୍ରୀ ସିହ୍ନା କହିଛନ୍ତି । ଏବେ ଭୁବନେଶ୍ୱରରେ ୪ଟି ଏୟାର ବ୍ରିଜସେ୍ ଅଛି ଯାହା ଆଗାମୀ ଦିନରେ ୧୧ଟିକୁ ପହଚିଂବ । ଦେଶର ଅନ୍ୟ ସମସ୍ତ ବିମାନବନ୍ଦର ତୁଳନାରେ ଭୁବନେଶ୍ୱର ବିମାନବନ୍ଦର ବିମାନ ସେବାର ଗତି ୪୦ ପ୍ରତିଶତ ଅଧିକ ହାରରେ ବୃଦ୍ଧି ପାଇଛି । ପାର୍କିଙ୍ଗ୍ ସମସ୍ୟାକୁ ଆଗାମୀ ୧ ଏପ୍ରିଲ ସୁଦ୍ଧା ଦୂର କରାଯିବ । ପ୍ରାଇଭେଟ୍ ଗାଡିକୁ ପାର୍କିଙ୍ଗ୍ ଫି ଦେବାକୁ ପଡିବନି କେବଳ କର୍ମସିଆଲ ଟ୍ୟାକ୍ସିକୁ ୪୦ ଟଙ୍କା ପାର୍କିଙ୍ଗ ଫି ଦେବାକୁ ପଡିବ ବୋଲି ଶ୍ରୀ ସିହ୍ନା କହିଛନ୍ତି ।
ଭୁବନେଶ୍ୱର ଏବଂ ଝାରସୁଗୁଡା ଛଡା ଓଡିଶାରେ ଆହୁରି ଅନେକ ଜାଗାରେ ନୂଆ ବିମାନବନ୍ଦର ନିର୍ମାଣ କରାଯାଇଛି । ରାଉକେଲାର ବିମାନବନ୍ଦର ଓ ଜୟପୁର ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ବହୁତ ଆଗକୁ ବଢିଛି ଏବଂ ଏହାକୁ ଉଡାଣ ଯୋଜନାରେ ଖୁବ୍ଶୀଘ୍ର ସାମିଲ କରାଯିବ । ଉଡାଣ ଯୋଜନା ପାଇଁ ଓଡିଶାକୁ କେନ୍ଦ୍ରସରକାର ଦ୍ୱାରା ୧୦୦ କୋଟି ଟଙ୍କା ଦିଆଯାଇଛି ବୋଲି ଶ୍ରୀ ସିହ୍ନା କହିଛନ୍ତି ।
୨୦୧୯ ନିର୍ବାଚନରେ ଆମ ସମସ୍ତଙ୍କୁ ଦିଲ୍ଲୀରେ ଏବଂ ଓଡିଶାରେ ଭାଜପାକୁ ଆଣିବାକୁ ହେବ । ଫଳରେ କେନ୍ଦ୍ର ଏବଂ ରାଜ୍ୟ ଯୋଜନାର ଲାଭ ଗରୀବ ଓଡିଆ ଲୋକଙ୍କୁ ମିଳିବ । ଯଦି ଓଡିଶାରେ ଭାଜପା ସରକାର ହେବ ତେବେ ବିକାଶ ହେବ । ଯେପରି ଝାରଖନ୍ଦରେ ଡବଲ ଇଞ୍ଜିନ ବେଗରେ ବିକାଶ ହୋଇ ବ୍ୟାପକ ପରିବର୍ତ୍ତନ ହୋଇଛି ସେପରି ଓଡିଶାରେ ମଧ୍ୟ ଭାଜପା ସରକାର ଆସିଲେ ରାଜ୍ୟରେ ଦୃତ ବିକାଶ ଆସିବ ବୋଲି ଶ୍ରୀ ସିହ୍ନା କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*