ମୋଟର ଆଇନ ଅନ୍ତର୍ଗତ ବଳଦ ଗାଡିର ଚାଲାଣ କଟିଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ବିଜନୋର

ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ଏବେ ସବୁ ଆଡେ କଟାଯାଉଛି ଚାଲାଣ । ଏହି କ୍ରମରେ ଉତ୍ତରପ୍ରଦେଶର ବିଜନୋର ଜିଲାର ସାହସପୁରରେ ଏକ ବଦଳ ଗାଡିର ଚାଲାଣ କାଟିଥିଲା ପୁଲିସ୍‌ । ନୂଆ ଆଇନରେ ବଳଦ ଗାଡି ଉପରେ ଜରିମାନାର କୌଣସି ପ୍ରାବଧାନ ନଥିଲେ ମଧ୍ୟ ଏହି ଚାଲାଣ କଟାଯାଇଛି ।
ବଳଦ ଗାଡିର ମାଲିକ ରିୟାଜ ହସନ ନିଜ ବିଲ ପାଖରେ ଶଗଡଟି ଥୋଇଥିଲା ବେଳେ ପୁଲିସ୍‌ ଅଧିକାରୀ ପଙ୍କଜ କୁମାରଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ପହଞ୍ଚି ଶଗଡଟିକୁ ଦେଖିଥିଲେ । ଏହାର ମାଲିକ କିଏ ପଚାରି ପଚାରି ରିୟାଜଙ୍କ ଘରେ ପହଞ୍ଚିଥିଲେ, ବୀମା ହୋଇନଥିବା ବାହନ କାରଣରୁ ଧାରା-୮୧ ଅନ୍ତର୍ଗତ ଚାଲାଣ ଧରାଇ ଦେଇଥିଲେ । ପରେ ଏହି ଘଟଣା ପଦାକୁ ଆସିଥିଲା । ଏ ସମ୍ପର୍କରେ ଥାନା ପ୍ରଭାରୀ କହିଥିଲେ ଯେ, ବାଲି ମାଫିଆ ମାନେ ଶଗଡରେ ଚୋରା ବାଲି ପରିବହନ କରୁଥିବାରୁ ପୁଲିସ୍‌ ଏହି ସନେ୍ଦହ କରିଥିଲା । ହେଲେ ଏହି ଟିମ୍‌ ମୋଟର ଯାନ ନିୟମ ଅନ୍ତର୍ଗତ କଟାଯିବାକୁ ଥିବା ଚାଲାଣ ଏବଂ ଅନ୍ୟ ଅପରାଧର ଚାଲାଣ ମଧ୍ୟରେ ପାର୍ଥକ୍ୟ ଜାଣିପାରିନଥିଲା । ଆଇପିସି ଧାରା ବଦଳରେ ମୋଟର ଯାନ ନିୟମରେ ଚାଲାଣ କାଟିଦିଆଯାଇଛି । ପରେ ଏହାକୁ ସଂଶୋଧନ କରାଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*