ମେ’ ରେ ଆରମ୍ଭ ହେବ ହେଲୋ କ୍ୟାବ୍

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର
ଓଡ଼ିଶାରେ ଗଡିବ ଆଉ ଏକ କ୍ୟାବ୍ ସଂସ୍ଥା । ଭୁବନେଶ୍ୱରର ସଂସ୍ଥା ‘ହେଲୋ କ୍ୟାବ’ ଆସନ୍ତା ମେ ପହିଲାରୁ ଏହି ସେବା ଆରମ୍ଭ କରିବାକୁ ଯାଉଛି । ଓଡ଼ିଶାରେ ଓଲା, ଉବେର ପରେ ହେଲୋ ହେଉଛି ତୃତୀୟ ଇ-କ୍ୟାବ ସଂସ୍ଥା । ପ୍ରଥମ କରି ଓଡ଼ିଶାର କୌଣସି ସଂସ୍ଥା ଇ-କ୍ୟାବ ସେବା ଯୋଗାଇବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ପୁରୀ, କଟକ ଓ ଖୋର୍ଦ୍ଧାରେ ଏହି ସେବା ଯୋଗାଇବ ବୋଲି ସଂସ୍ଥା କହିଛି । ଏହି ପର୍ଯ୍ୟାୟରେ ୫୦୦ଟି ହେଲୋ କ୍ୟାବ ରାସ୍ତାକୁ ଓହ୍ଲାଇବ । ଉଭୟ ଏସି ଓ ନନ୍ଏସି ସୁବିଧା ରହିଛି ଏହି କ୍ୟାବ୍ରେ । ଅନ୍ୟ କ୍ୟାବ୍ ଭଳି ଏଥିରେ ବି ରେଂଟାଲ, ରାଇଡ ସେୟାରିଂ ଭଳି ସୁବିଧା ରହିଛି ବୋଲି ସଂସ୍ଥାର ପରିଚାଳନା ନିଦେ୍ର୍ଦଶକ ତୃପ୍ତି ରଂଜନ ଦାସ ଗଣମାଧ୍ୟମକୁ କହିଛନ୍ତି । ଶୁକ୍ରବାର ଭୁବନେଶ୍ୱରରେ କ୍ୟାବ୍ର ଲୋଗୋ ଉନ୍ମୋଚନ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସଂସ୍ଥା ଏହି କ୍ୟାବ ସେବା ବିଷୟରେ ସୂଚନା ଦେଇଛି । ଗ୍ରାହକଙ୍କ ସୁରକ୍ଷାକୁ ନଜରରେ ରଖି କିଛି ଅତିରିକ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିବ ବୋଲି ଶ୍ରୀ ଦାସ କହିଛନ୍ତି । କ୍ୟାବ ଡ୍ରାଇଭରଙ୍କ ଦେହରେ କ୍ୟାମେରା ଲଗାଇ ନିରାପତା ବୈଶିଷ୍ଟ୍ୟ ଅଗ୍ରାଧିକାର ଦେବେ ବୋଲି ସେ କହିଛନ୍ତି ।
ବୟସ୍କ କିମ୍ବା ଇଂଟରନେଟ ସଂଯୋଗ ନଥିବା ଫୋନ ବ୍ୟବହାରକାରୀଙ୍କ ଲାଗି ମଧ୍ୟ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ସେମାନଙ୍କ ଲାଗି ଏକ ଟୋଲ ଫ୍ରି ନମ୍ବରର ବ୍ୟବସ୍ଥ୍ା କରିଛନ୍ତି, ଯାହାକୁ ଫୋନ କରି କ୍ୟାବ୍ ବୁକ୍ କରିହେବ । ଏପରିକି ଏସଏମଏସ ଜରିଆରେ ଏହି କ୍ୟାବ୍ ସେବା ବୁକ୍ କରିହେବ ବୋଲି ସେ କହିଛନ୍ତି । ବଜାରରେ ଉପଲବ୍ଧ ଅନ୍ୟ କ୍ୟାବ ସେବା ସହ ପ୍ରତିଦ୍ୱନ୍ଦିତା ମୂଳକ ମୂଲ୍ୟ ରଖାଯାଇଛି ଯାହା ଗ୍ରାହକଙ୍କୁ ଖୁବ୍ ସୁହାଇବ ବୋଲି ସେ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*