ମେନ୍ଦରାଜପୁର ବସ୍‌ ଟ୍ରାଜେଡ଼ିର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବ୍ରହ୍ମପୁର

ଗଞ୍ଜାମ ଜିଲ୍ଳା ରେଙ୍ଗେଲୁନ୍ଦା ବ୍ଲକ ଅନ୍ତର୍ଗତ ମେନ୍ଦରାଜପୁର ଦୁର୍ଘଟଣାର ମୃତକଙ୍କ ଉଦେ୍ଦଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଗୁରବାର ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାମ୍ବାଦିକ ଓ ଯୁବ ବର୍ଗଙ୍କ ପକ୍ଷରୁ ସହରର ଗାନ୍ଧୀନଗର ଛକଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ସାମ୍ବାଦିକ ଶିବରାମ ଚୌଧୂରୀ ଦୁର୍ଘଟଣା ସମ୍ପର୍କରେ ନିଜର ଅନୁଭୂତି ଜଣାଇଥିବା ବେଳେ ଏହି ଶ୍ରଦ୍ଧାଞ୍ଜଳି ସଭାର ଆରମ୍ଭ କରିଥିଲେ । ମହାନଗର ଯୁବ ବିଜଦର ଆର. ମୁରଲୀ ମୋହନ ଓ ମୁକୁନ୍ଦ ଗୌଡ଼ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଦ୍ୱାଦଶ କାର୍ଯ୍ୟରେ ସମସ୍ତେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ । ଏହ ସହ ଚିକିଟି ନିର୍ବାଚନମନ୍ଦଳି ଏକସିଙ୍ଗି ଗ୍ରାମର ସରପଞ୍ଚ ତଥା ଡଙ୍କଲପାଡୁ ଗାଁର ସିଏଚ୍‌ ସୁଧାରକ ରେ‡ୀ ଏଥିରେ ଯୋଗ ଦେଇ ସମସ୍ତ ମୃତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆହାତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏହା ସହ ଘଟଣା ଦିନ ପ୍ରତ୍ୟକ୍ଷଦର୍ଶୀ ଭାବେ ନିଜର ଅନୁଭୂତି ଜଣାଇବା ସହ ଦୁର୍ଘଟଣା ପରେ ସମସ୍ତ ବର୍ଗର ଲୋକେ ଏଥିରେ ସାମିଲ ହୋଇ ସାହାର୍ଯ୍ୟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ତେବେ ବର୍ତ୍ତମାନ କଟକ ଏସସିଟି ମେଡିକାଲରେ ୭ ଜଣ ଆହତଙ୍କ ଚିକିତ୍ସା ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବି ସାରଦାଙ୍କ ଗୋଡ଼ କାଟିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ବି.ମହାଲକ୍ଷ୍ମୀ କୋମାର ଅଛନ୍ତି । ଏଣୁ ସେମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଏହା ସହ ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ ଏହି ଅବସରରେ ପ୍ରତ୍ୟେକ ମୃତକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କରିବା ସହ ପରିବାରର ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*