ମେଟ୍ରୋ ପାଇଁ ଗଛକଟା ରୋକିଲେ ଉଦ୍ଧବ ଶନିବାର ସାବ୍ୟସ୍ତ କରିପାରନ୍ତି ବହୁମତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ଦିନକ ପରେ ଉଦ୍ଧବ ଠାକରେ ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ଧବ, ନୂଆ ସରକାର ଆରେ କଲୋନୀଠାରେ ମେଟ୍ରୋ କାର୍‌ ଶେଡ୍‌ କାମ ରୋକିଦେଇଥିବା ସୂଚନା ଦେଇଛନ୍ତି । ଏହାସହ ଏବାବଦରେ ପରବର୍ତ୍ତୀ ନୋଟିସ୍‌ ଜାରି ହେବା ପର୍ଯ୍ୟନ୍ତ ଗୋଟିଏ ବି ଗଛ କଟାଯିବ ନାହିଁ ବୋଲି ସେ ନିଦେ୍ର୍ଦଶ ଦେଇଥିବା ସଂପର୍କରେ ଗଣମାଧ୍ୟମକୁ କହିଥିଲେ । ଆରେ କଲୋନୀରେ ରାତି ଅଧରେ ହୋଇଥିବା ଗଛକଟାକୁ ଗ୍ରହଣ କରାଯିବ ନାହିଁ । ମେଟ୍ରୋ ବିକାଶ କାର୍ଯ୍ୟ ଚାଲିବ । ହେଲେ ପରିବେଶକୁ କିଛି କ୍ଷତି ପହଞ୍ଚାଇବାକୁ ଦିଆଯିବନି । ଏହି ନିଷ୍ପତ୍ତିରେ ମୁମ୍ବାଇବାସୀ ଖୁସି ହୋଇଛନ୍ତି ବୋଲି ନୂଆ ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟର ପ୍ରତିଟି ପଇସାର ହିସାବ ରଖାଯିବ । କରଦାତାଙ୍କ ଅର୍ଥର ଯଥାର୍ଥ ବ୍ୟବହାର କରାଯିବ ବୋଲି ମଧ୍ୟ ସେ କହିଥିଲେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ଦିଲିପ ପାଟିଲଙ୍କୁ ନୂଆ ପ୍ରୋଟେମ ସ୍ପିକରଭାବେ ନିଯୁକ୍ତ କରିଛନ୍ତି । ପ୍ରୋଟେମ ସ୍ପିକର ଶନିବାର ବିଧାନସଭାର ଏକ ବିଶେଷ ଅଧିବେଶନ ଡକାଇଥିବା ଜଣାପଡିଛି । ଗଣମାଧ୍ୟମର ସୂଚନା ଅନୁସାରେ ଉଦ୍ଧବ ଏହି ଦିନ ବିଧାନସଭାରେ ନିଜର ବହୁମତ ସାବ୍ୟସ୍ତ କରିପାରନ୍ତି ।
ମୁଖ୍ୟମନ୍ତ୍ରୀଭାବେ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ଉଦ୍ଧବ ହୂତାତ୍ମା ଚୌକରେ ପହଞ୍ଚôଥିଲେ । ସେଠାରେ ସେ ସଂଯୁକ୍ତ ମହାରାଷ୍ଟ୍ର ଆନେ୍ଦାଳନରେ ସହିଦ୍‌ ହୋଇଥିବା ଆନେ୍ଦାଳନକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଉଦ୍ଧବଙ୍କ ସହ ଜୟନ୍ତ ପାଟିଲ, ଛଗନ ଭୁଜବଳ, ଏକନାଥ ଶିନେ୍ଦ ଏବଂ ବାଲା ସାହେବ ଥୋରାଟ ପ୍ରମୁଖ ନିଜ ନିଜ ପଦର ଦାୟିତ୍ୱ ଗ୍ରହଣ କରିଥିଲେ । ପଦଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମନ୍ତ୍ରଣାଳୟରେ ଲାଗିଥିବା ଛତ୍ରପତି ଶିବାଜୀ ମହାରାଜ, ବାବା ସାହେବ ଆମ୍ବେଦକରଙ୍କ ଫଟୋରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ପୁଅ ଏବଂ ବର୍ଲି ବିଧାୟକ ଆଦିତ୍ୟ ଠାକରେ ମଧ୍ୟ ବାପାଙ୍କ ନିକଟରେ ଉପସ୍ଥିତ ଥିଲେ ।
ଉଦ୍ଧବ ଓ ତାଙ୍କ ମନ୍ତ୍ରୀଙ୍କ ଶପଥ ନେଇ ରାଜ୍ୟପାଳ କଲେ ଆପତ୍ତି
ଗୁରୁବାର ଉଦ୍ଧବ ଠାକରେ ଏବଂ ତାଙ୍କ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଶୈଳୀ ନେଇ ଆପତ୍ତି ଉଠାଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ । ନିୟମ ଏବଂ ଧାର୍ଯ୍ୟ ପ୍ରକ୍ରିୟାର ଉଲଂଘନ କରି ବିଧାୟକମାନେ ରାଜ୍ୟପାଳଙ୍କ ଦ୍ୱାରା ଶପଥ ଆରମ୍ଭ କରିବା ପୂର୍ବରୁ ନିଜ ନିଜ ଭଗବାନ ଏବଂ ନେତାଙ୍କ ନାମ ଉଚ୍ଚାରଣ କରିଥିଲେ । କେହି ଛତ୍ରପତି ଶିବାଜୀ ମହାରାଜଙ୍କୁ ସ୍ମରଣ କରିଥିବାବେଳେ କେହି ବାଲା ସାହେବ ଠାକରେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଶରଦ ପାୱାରଙ୍କ ନାମ ନେଇଥିଲେ । ସୂତ୍ରାନୁସାରେ ରାଜ୍ୟପାଳ ସମସ୍ତଙ୍କୁ ଆଗକୁ ଆଉ କୌଣସି କାର୍ଯ୍ୟକ୍ରମରେ ଏପରି ନକରିବାକୁ ସତର୍କ କରାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*