ମେଗା ଚକ୍ଷୁ ଚିକିତ୍ସା ଶିବିର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭଦ୍ରକ

ଚରମ୍ପା ବରିଷ୍ଠ ନାଗରିକ ସଂଘ ଦ୍ୱାରା ଆୟୋଜିତ ତଥା ରୋଟାରୀ କ୍ଳବ ଭଦ୍ରକ ଓ ଏ.ପି.ଜେ. ଅବଦୁଲ କାଲାମ ଚ୍ୟାରିଟେବୁଲ ଟ୍ରଷ୍ଟର ସହଯୋଗିତାରେ ରମ୍ଭିଳା ସ୍କୁଲ ପଡ଼ିଆରେ ଏକ ବିଶାଳ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ରୋଟାରୀ କ୍ଳବ ପକ୍ଷରୁ ରୋଟାରିଆନ ଶିଶିର ମିଶ୍ର ଏବଂ କାଲାମ ଚ୍ୟାରେଟିବୁଲ ଟ୍ରଷ୍ଟର ଉପସଭାପତି ଶମ୍ଭୁନାଥ ନାୟକ, ରମ୍ଭିଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଚରମ୍ପା ବରିଷ୍ଠ ନାଗରିକ ସଂଘର ସଭାପତି ଗଗନ ବିହାରୀ ରାଉତଙ୍କ ସଭାପତିତ୍ୱରେ ଏକ ସଚେନତତା ସଭା ଅନୁଷ୍ଠିତ ହୋଇଥିଲା । ସଂଘର ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନର ପରିକଳ୍ପନା, ଏହାର ଆବଶ୍ୟକତା ଏବଂ ସଂଘର ପରବର୍ତ୍ତୀ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ଏହି ଅବସରରେ ମୋଟ ୩୨୯ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୩୭ ଜଣ ମୋତିଆବିନ୍ଦୁ ରୋଗୀ ଚିହ୍ନଟ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*