ମେକର୍ସଙ୍କୁ ମିଳିଲା ‘ଚୁପ୍‌କେ ଚୁପ୍‌କେ’ର ଟାଇଟଲ ରାଇଟ୍ସ ରାଜକୁମାର ବନିବେ ପରିମଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ହୃଷିକେଶ ମୁଖାର୍ଜୀଙ୍କ କ୍ଳାସିକ୍‌ ଫିଲ୍ମ ‘ଚୁପ୍‌କେ ଚୁପ୍‌କେ’ର ରିମେକ୍‌ ବଲିଉଡ୍‌ରେ ପ୍ରସ୍ତୁତ ହେବାକୁଯାଉଛି । ‘ଚୁପ୍‌କେ ଚୁପ୍‌କେ’ର ରିମେକ୍‌କୁ ପ୍ରଡୁ୍ୟସର ଲଭ୍‌ ରଞ୍ଜନ ଏବଂ ଭୂଷଣ କୁମାର ପ୍ରସ୍ତୁତ କରୁଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ରାଜକୁମାର ରାଓ । ବିଗତ ଦିନର ସୁପର୍‌ ହିଟ ଫିଲ୍ମରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ତୁଲାଇବାକୁ ଯାଉଛନ୍ତି ରାଜକୁମାର । ତେବେ ଫିଲ୍ମଟିର ନାମ ଅରିଜିନାଲ ଫିଲ୍ମର ନାମରେ ହିଁ ରଖାଯାଉଛି । ଏଥିପାଇଁ ଫିଲ୍ମ ମେକର ଭୂଷଣ କୁମାର ଏହାର ଅରିଜିନାଲ ଟାଇଟଲର ରାଇଟ୍ସକୁ ନିଜର କରିନେଇଛନ୍ତି । ତେବେ ଶୁଣିବାକୁ ମିଳୁଛି ଯେ, ଫିଲ୍ମର ଅରିଜିନାଲ ଟାଇଟଲ ରାଇଟ୍ସକୁ ପ୍ରଥମେ ମନୀଷ ଗୋସ୍ୱାମୀ ନିଜର ପ୍ରଡକ୍ସନ୍‌ ହାଉସ୍‌ ପାଇଁ ରେଜିଷ୍ଟର କରିନେଇଥିଲେ । କିନ୍ତୁ ପରେ ଭୂଷଣ କୁମାରଙ୍କୁ ଆବଶ୍ୟକତା ହେବାରୁ ସେ ବନ୍ଧୁ ଭୂଷଣଙ୍କୁ ଏଥିରେ ସାହାଯ୍ୟ କରିଥିଲେ । ସୂଚନାଥାଉ ଯେ ୬ ବର୍ଷ ପୂର୍ବେ ଫିଲ୍ମ ମେକର ଉମେଶ ଶୁକ୍ଳା ‘ଚୁପ୍‌କେ ଚୁପ୍‌କେ’ର ରିମେକ୍‌ ପ୍ରସ୍ତୁତ କରିବା ଲାଗି ଘୋଷଣା କରିଥିଲେ । ତେବେ ଏଥିରେ ପରେଶ ରାୱଲଙ୍କୁ ଓମ୍‌ ପ୍ରକାଶଙ୍କ ରୋଲ ନିଭାଇବାଲାଗି ଅଫର୍‌ ମଧ୍ୟ ଦେଇଥିଲେ, ହେଲେ ତାଙ୍କର ଏହି ଯୋଜନା କୌଣସି କାରଣବଶତଃ ସଫଳ ହୋଇପାରିନଥିଲା । ଫିଲ୍ମ ‘ଚୁପ୍‌କେ ଚୁପ୍‌କେ’ରେ ଧର୍ମେନ୍ଦ୍ର ବୋଟନୀର ପ୍ରଫେସର ପରିମଳ ତ୍ରିପାଠୀଙ୍କ ଭୂମିକାରେ ନିଭାଉଥିଲା ବେଳେ ଅମିତାଭ୍‌ ବଚ୍ଚନ ଏଥିରେ ପରିମଲଙ୍କ ବନ୍ଧୁ ଏବଂ ଇଂରାଜୀ ପ୍ରଫେସର କୁମାର ବନିଥିଲେ । ୧୯୭୫ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ଅମିତାଭ୍‌ ଏବଂ ଧର୍ମେନ୍ଦ୍ରଙ୍କ ବ୍ୟତୀତ ଶର୍ମିଲା ଟାଗୋର, ଅସରନୀ, ଜୟା ବଚ୍ଚନ ଏବଂ ଓମ୍‌ ପ୍ରକାଶ ପ୍ରମୁଖ ଅଭିନୟ କରିଥିଲେ ।
ସୂଚନା ଥାଉ ଯେ, ରାଜକୁମାର ରାଓଙ୍କ ଫିଲ୍ମ ‘ମେଡ୍‌ ଇନ୍‌ ଚାଇନା’ ଏଇ ନିକଟରେ ରିଲିଜ୍‌ ହୋଇଥିଲା । ଫିଲ୍ମଟି ବକ୍ସ ଅଫିସ୍‌ରେ କୌଣସି କମାଲ ଦେଖାଇବାରେ ଅସଫଳ ହୋଇଥିଲା ଏବଂ ଦର୍ଶକ ମଧ୍ୟ ଏହାକୁ ପସନ୍ଦ କରିନଥିଲେ । ରାଜକୁମାରଙ୍କ ଆଗାମୀ ପ୍ରୋଜେକ୍ଟରେ ରହିଛି ହରର୍‌ କମେଡି ଫିଲ୍ମ ‘ରୂହୀ ଅଫ୍‌ଜା’ । ଏଥିରେ ରାଜକୁମାରଙ୍କ ବ୍ୟତୀତ ଜାହ୍ନବୀ କପୁର ଏବଂ ଈଶାନ୍‌ ଖଟ୍ଟର ନଜର ଆସୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*