ମୁସ୍ତାକ ଅଲ୍ଲୀ ଟ୍ରଫି ସୌରାଷ୍ଟ୍ରକୁ ହରାଇଲା ଓଡ଼ିଶା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ସୁରଟରେ ଚାଲିଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟି-୨୦ ପ୍ରତିଯୋଗିତାରେ ଗୁରୁବାର ଓଡ଼ିଶା ଦଳ ଏକ ଚମକ୍ରାର ବିଜୟ ପାଇଛି । ଅଧିନାୟକ ଗୋବିନ୍ଦଙ୍କ ଅଲରାଉନ୍ଦ ସଫଳତା ବଳରେ ସୌରାଷ୍ଟ୍ରକୁ ସେମାନେ ୪୯ ରନ୍‌ରେ ହରାଇ ଦେଇଛନ୍ତି । ସୌରାଷ୍ଟ୍ର ଆଗରେ ୧୬୪ ରନର ଟାର୍ଗେଟ ଥିଲା ବେଳେ ସୌରାଷ୍ଟ୍ର କିନ୍ତୁ ୧୯.୩ ଓଭରରେ ୧୧୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ନିଜ ୨୦ ଓଭରରେ ୫ ୱିକେଟ ହରାଇ ୧୬୩ ରନ୍‌ କରିଥିଲା । ବିପ୍ଳବ ସାମନ୍ତରାୟ ୨ ଛ’କା ଓ ୫ ଚୌକା ସହ କେବଳ ୩୫ ବଲରୁ ୬୦ ରନ୍‌ ସ୍କୋର କରିଥିଲେ ଅପରାଜିତ ରହି । ଅଧିନାୟକ ଗୋବିନ୍ଦ ପୋଦ୍ଦାର ୨ ଛ’କା ଓ ୫ ଚୌକା ସହ ୪୨ ବଲରୁ କରିଥିଲେ ୫୭ ରନ୍‌ । ଶୁଭ୍ରାଂଶୁ ୧୯ ରନ୍‌ର ଯୋଗଦାନ ଦେଇଥିଲେ । ୧୬୪ ରନର ଟାର୍ଗେଟ ନେଇ ପଛରେ ଖେଳିଥିବା ସୌରାଷ୍ଟ୍ର ନିୟମିତ ବ୍ୟବଧାନରେ ହରାଇଥିଲା ୱିକେଟ । ଦେଶାଇ ସର୍ବାଧିକ ୨୬ ରନ୍‌ କରିଥିଲେ । ଓଡ଼ିଶା ପକ୍ଷରୁ ଅଧିନାୟକ ଗୋବିନ୍ଦ ୭ ରନ୍‌ ଦେଇ ୩ ୱିକେଟ ପାଇଥିଲା ବେଳେ ଅଙ୍କିତ ଯାଦବ ଦେବବ୍ରତ ପ୍ରଧାନ ଏବଂ ପପୁ ରାୟ ନେଇଥିଲେ ୨ଟି ଲେଖାଏଁ ୱିକେଟ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*