ମୁଲାୟମଙ୍କ ବିରୋଧରେ ଗେଷ୍ଟହାଉସ୍‌ କାଣ୍ଡ ମାମଲା ପ୍ରତ୍ୟାହାର କରିବେ ମାୟାବତୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ:ଲକ୍ଷ୍ନୌ

ବସପା ମୁଖିଆ ମାୟାବତୀ ସପା ସଂସ୍ଥପକ ମୁଲାୟମ ସିଂ ଯାଦବଙ୍କ ବିରୋଧରେ ଗେଷ୍ଟହାଉସ କାଣ୍ଡର ଯେଉଁ ମାମଲା ଦାଏର କରିଥିଲେ ତାକୁ ଏବେ ପ୍ରତ୍ୟାହାର କରିନେବେ । ବସପା ସୂତ୍ରରୁ ଏହି ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ ପୂର୍ବରୁ ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ମାୟାବତୀଙ୍କୁ ଗେଷ୍ଟହାଉସ୍‌ କାଣ୍ଡ ମାମଲାରୁ ବାପା ମୁଲାୟମଙ୍କ ବିରୋଧରେ ଦାଏର ହୋଇଥିବା ମାମଲାକୁ ପ୍ରତ୍ୟାହାର କରିନେବା ପାଇଁ ଅନୁରୋଧ କରିଥିଲେ । ଅଖିଳେଶଙ୍କ ଏହି ପ୍ରସ୍ତାବକୁ ମାୟାବତୀ ଗ୍ରହଣ କରିଥିବା କୁହାଯାଉଛି । ତେବେ ଏହି କାଣ୍ଡ ରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କ ନାମକୁ ମାମଲାରୁ ପ୍ରତ୍ୟାହାର କରାଯିବ ନା’ କେବଳ ମୁଲାୟମଙ୍କ ନାମ ପ୍ରତ୍ୟାହାର ହେବ ତା’ ଜଣାପଡ଼ିନାହିଁ । ଉତ୍ତରପ୍ରଦେଶ ରାଜନୀତିରେ ୧୯୯୫ ଜୁନ୍‌ ୨ ତାରିଖକୁ ଷ୍ଟେଟ ଗେଷ୍ଟହାଉସ୍‌ କାଣ୍ଡ ଭାବେ ମନେ ପକାଯାଏ । ମାୟାବତୀଙ୍କ ଉପରେ ଆକ୍ରମଣ ବିରୋଧରେ ମୁଲାୟମଙ୍କ ସମେତ ଶିବପାଲ ସିଂହ, ଆଜମ ଖାଁ, ଧନୀରାମ ବର୍ମା, ବେଣୀ ପ୍ରସାଦ ବର୍ମାଙ୍କ ସମେତ ଆଉ କିଛି ନେତାଙ୍କ ବିରୋଧରେ ତିନୋଟି ମାମଲା ଦାଏର କରାଯାଇଥିଲା ।
ଅନ୍ୟପଟେ ସପା-ବସପା ଗଠବନ୍ଧନ ଭାଙ୍ଗିବା ପରେ ଅଚାନକ ମକଦ୍ଦମା ପ୍ରତ୍ୟାହାର ଚର୍ଚ୍ଚା ସାମ୍ନାକୁ ଆସିବା ପରେ ପୁଣିଥରେ ସପା-ବସପା ରାଜନୀତିକୁ ନେଇ ନୂଆ ଅଟକଳବାଜି ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ ଗତ ବିିଧାନସଭା ଉପ ନିର୍ବାଚନରେ ସପା ଏବଂ ବସପା ଅଲଗା ଅଲଗା ନିର୍ବାଚନ ଲଢିଥିଲେ । ସପା ୩ଟି ଆସନ ଜିତିଥିଲା ବେଳେ ବସପା ଗୋଟିଏ ବି ଆସନ ଜିତିବାରେ ସଫଳ ହୋଇନଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*