ମୁମ୍ବାଇ ସିଟି ଦଳର ୬୫ ପ୍ରତିଶତ ସେୟାର କିଣିଲା ମାଞ୍ଚେଷ୍ଟର ସିଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ଇଂଲିଶ ପ୍ରିମିୟର ଲିଗର ଚମ୍ପିଆନ୍‌ ଦଳ ମାଞ୍ଚେଷ୍ଟର ସିଟି ଭାରତୀୟ ଫୁଟବଲ ଦୁନିଆରେ ଆନୁଷ୍ଠାନିକ ପ୍ରବେଶ କରିଛି । ଇନ୍ଦିଆନ୍‌ ସୁପରଲିଗ୍‌ ଦଳ ମୁମ୍ବାଇ ସିଟିର ୬୫ ପ୍ରତିଶତ ସେୟାର କ୍ରୟ କରିଛି । ରିଲାଏନ୍ସ ଫାଉନେ୍ଦସନ ଏବଂ ଆଇଏସ୍‌ଏଲ୍‌ ଚଳାଉଥିବା ସଂସ୍ଥାର ମୁଖ୍ୟ ନୀତା ଅମ୍ବାନି ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ବିଶ୍ୱ ଫୁଟବଲର ପାୱାର ହାଉସ ମାଞ୍ଚେଷ୍ଟର ସିଟିକୁ ଆମେ ଭାରତକୁ ସ୍ୱାଗତ କରୁଛୁ ବୋଲି ନୀତା ସାମ୍ବାଦିକ ସମ୍ମିଳନୀରେ କହିଥିଲେ । କୌଣସି ୟୁରୋପୀୟ ଦଳ ଭାରତୀୟ ଫୁଟବଲ ଦଳର ମାଲିକାନା ସତ୍ୱ ପାଇବା ଏହା ପ୍ରଥମ ଘଟଣା ।
୧୦୮ରେ ଭାରତ
ଗୁରୁବାର ଦିନ ଫିଫା ର୍ୟାଙ୍କିଙ୍ଗର ସଦ୍ୟ ତାଲିକା ପ୍ରକାଶ ପାଇଛି । ଓମାନ ପାଖରୁ ନିଜ ଶେଷ ମ୍ୟାଚରେ ହାରିଥିବା ଭାରତ ଦୁଇ ପାଦ ତଳକୁ ଖସି ୧୦୮ରେ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*