ମୁଣ୍ଡମାଳରେ ମାଗଣା ଚକ୍ଷୁ ପରୀକ୍ଷା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବ୍ୟାସନଗର

ସାଇ ନେତ୍ର ମନ୍ଦିର ଚକ୍ଷୁ ଚିକିତ୍ସାଳୟ, ଚନ୍ଦିଖୋଲ ଆନୁକୂଲ୍ୟରେ ଏବଂ ‘ଉଦୟବଟ’, ବ୍ୟାସନଗର ଓ ଯାଜପୁର ଜିଲ୍ଲା ହିନ୍ଦୁ ସୁରକ୍ଷା ସେନା ସହଯୋଗରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ପୌରପାଳିକାର ସ୍ଥାନୀୟ ୨୪ନଂ ୱାର୍ଡ଼ର ମୁନ୍ଦମାଳ ହନୁମାନ ମନ୍ଦିର ସାମନା ଗୋଷ୍ଠୀ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା । ଶିବିରରେ ବରିଷ୍ଠ ଭାଜପା ନେତା ପ୍ରସନ୍ନ କୁମାର ସାମଲ, ‘ଉଦୟବଟ’ର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ, ପୂର୍ବତନ କାଉନସିଲର ନିରଞ୍ଜନ ରାଉତ, ସାମ୍ବାଦିକ ଭରତ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଚକ୍ଷୁ ପରୀକ୍ଷକ ଶ୍ରୀମନ୍ତ କୁମାର ସାହୁ, ସାଇ ନେତ୍ର ମନ୍ଦିରର କର୍ମଚାରୀ ବିଜୟ କୁମାର ସାହୁ, ଚିନ୍ମୟୀ ଦନ୍ଦପାଟ ଓ ଯଶ୍ମିନୀ ସାହୁ ପ୍ରମୁଖ ଚକ୍ଷୁ ପରୀକ୍ଷା କରିଥିବା ବେଳେ ହିନ୍ଦୁ ସୁରକ୍ଷା ସେନା ଯାଜପୁର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ଜିଲ୍ଲା ସମ୍ପାଦକ ବିଶ୍ୱାମିତ୍ର ସୁବୁଦ୍ଧି, ଯୁବ ସମାଜସେବୀ ଅସିତ୍ ଦାସ, ‘ଉଦୟବଟ’ର ସୁମନ ରାୟ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*