ମୁଖ୍ୟ ଅଭିଯୁକ୍ତ ଫେରାର୍ : ୩ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍) କଟକ ଜିଲ୍ଲା ଗୁରୁଡିଝାଟିଆ ଅଞ୍ଚଳରେ ଚଢାÿଉ କରି ବିପୁଳ ପରିମାଣରେ ପିଡିଏସ୍ କିରାସିନି ଜବତ କରିଛି । ଗୁରୁଡିଝାଟିଆ ଅଞ୍ଚଳରେ ରହୁଥିବା କ୍ଷୀରୋଦ ଚନ୍ଦ୍ର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ବାସଭବନ ପରିସରରୁ ୨୧ହଜାର ଲିଟର ପିଡିଏସ୍ କିରାସିନି ଜବତ ହୋଇଛି । ଏହି ଘଟଣାରେ ଏସ୍ଟିଏଫ୍ ୩ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କ୍ଷୀରୋଦ ଫେରାର୍ ହୋଇଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୁରୁଡିଝାଟିଆ ଅଞ୍ଚଳର ଗୋକୁଳାନନ୍ଦ ପାଲ୍, ଗଞ୍ଜାମ ଜିଲ୍ଲାର ରାଧାଶ୍ୟାମ ବାରିକ ଏବଂ ଜିତେନ୍ଦ୍ର ରାଉତ । ଏନେଇ ଗୁରୁଡିଝାଟିଆ ପୁଲିସ କେସ ନଂ ୧୧୧/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି । ଏସ୍ଟିଏଫ୍ ସୂଚନା ଅନୁଯାୟୀ, କ୍ଷୀରୋଦ ଚନ୍ଦ୍ର ପାତ୍ର ବେଆଇନ ଭାବେ ତାଙ୍କ ବାସଭବନ ପରିସରରେ ବିପୁଳ ପରିମାଣର ପିଡିଏସ୍ କିରୋସିନି ରଖିଥିବା ଏସ୍ଟିଏଫ୍ ଜାଣିବାକୁ ପାଇଥିଲା । ଏନେଇ ମଙ୍ଗଳବାର ଗୁରୁଡିଝାଟିଆ ପୁଲିସ ସହାୟତାରେ ଏସ୍ଟିଏଫ୍ ତାଙ୍କ ଘରେ ଚଢ଼ାଉ କରିଥିଲା । ପୁଲିସକୁ ଦେଖି କ୍ଷୀରୋଦ ସେଠାରୁ ଫେରାର ହୋଇଯାଇଥିବାବେଳେ ତାଙ୍କର ୩ଜଣ ସହଯୋଗୀ ଏସ୍ଟିଏଫ୍ ହାତରେ ଧରାପଡ଼ିଯାଇଥିଲେ ।
ଏହାପରେ ଏସ୍ଟିଏଫ୍ ସେଠାରୁ ବିପୁଳ ପରିମାଣର କିରୋସିନି ସମେତ ୨ଟି ଟ୍ୟାଙ୍କର, ଗୋଟିଏ ଇଲେକ୍ଟ୍ରି ମୋଟର, ୫ଟି ଡ୍ରମ୍, ପ୍ଲାଷ୍ଟିକ ପାଇପ, ରସାୟନିକ ସାମଗ୍ରୀ ଏବଂ ନଗଦ ୧୮ହଜାର ୬୦୦ଟଙ୍କା ଜବତ କରିଥିଲା । ପରେ ଏସ୍ଟିଏଫ୍ ଟିମ୍ ଅଭିଯୁକ୍ତମାନଙ୍କୁ ଗୁରୁଡିଝାଟିଆ ଥାନାକୁ ନେଇଥିଲେ । ସେଠାରେ ସେମାନଙ୍କୁ ପଚରାଉଚରା କରିବାରୁ କିରାସିନି କଳାବଜାରି କରୁଥିବା ସ୍ୱୀକାର କରିଥିଲେ । ଏହାପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ କ୍ଷୀରୋଦ ଫେରାର ହୋଇଯାଇଛି । ତାକୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*