ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ କାର୍‌ ଡ୍ରାଇଭିଂ ଭିଡିଓ ଭାଇରାଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଇଟାନଗର

ଅରୁଣାଚଳ ପ୍ରଦେଶରେ ବର୍ତ୍ତମାନ ତବାଙ୍ଗ ଫେଷ୍ଟିଭାଲର ଧୁମ୍‌ ଚାଲିଛି । ଏହି ଅବସରରେ ଏକ ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହୋଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଚୀନ ସୀମାନ୍ତ ଏକ ବରଫ ପାହଡ ଉପରେ ୧୫୬୦୦ଫୁଟ୍‌ ଉପରେ ଦ୍ରୁତ ବେଗରେ ଗାଡ଼ି ଚଳାଉଥିବାର ଦେଖିବାକୁ ମିଳୁଛି । ଏହି ଅବସରରେ ତାଙ୍କ ସହ ଥିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ।
ପେମା ଖାଣ୍ଡୁ ଏବଂ କିରଣ ରିଜିଜୁ ଙ୍କ ବନ୍ଧୁତାର ଏହି ଫଟୋ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ଏଥିସହ ଯୁବକମାନଙ୍କୁ ଏହି ଭିଡିଓ ଆଡ୍‌ଭେଞ୍ଚର ପାଇଁ ପ୍ରେରିତ କରୁଛି ବୋଲି କୁହାଯାଇଛି । ଏହି ଦୁଇ ନେତା ନିଜ ଟୁଇଟର ଆକାଉଣ୍ଟରେ ଏହି ଘଟଣାକୁ ନେଇ ଅନେକ ଫଟୋ ଛାଡିଛନ୍ତି । ମୁଖ୍ୟମନ୍ତ୍ରୀ ଖାଣ୍ଡୁ ଲେଖଛନ୍ତି ଯେ, ଭାରତ-ଚୀନ ସୀମାନ୍ତ ତବାଙ୍ଗ ଜିଲାରେ ଅଲ୍‌ ଟେରେନ୍‌ ଭେଇକିଲ୍‌ରେ ଯାତ୍ରା କଲି । ୧୦୭ କିଲୋମିଟର ଏହି ଯାତ୍ରା ବେଶ ମଜାଦାର ଥିଲା । ପର୍ଯ୍ୟଟନ ପାଇଁ ଏହି ସ୍ଥାନ ବେଶ ପ୍ରସିଦ୍ଧ । ପର୍ଯ୍ୟଟକମାନଙ୍କୁ ମୁଁ ଏଠାକୁ ଆମନ୍ତ୍ରଣ କରୁଛି । ସେହିପରି କେନ୍ଦ୍ରମନ୍ତ୍ରୀ ରିଜିଜୁ ଲେଖିଛନ୍ତି ଯେ, ପାହାଡ଼ ଉପରେ ଡ୍ରାଇଭିଂ କରିବା ବଡ଼ କଷ୍ଟ । ହେଲେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ବଡ଼ ସୁନ୍ଦର ଭାବେ ଡ୍ରାଇଭିଂ କଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*