ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ପୁତୁରାଙ୍କ ଉପସ୍ଥିତିକୁ ନେଇ ଉଠିଲା ବିବାଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକ୍‌ରେଙ୍କ ପତ୍ନୀ ରଶ୍ମୀ ଥାକ୍‌ରେଙ୍କ ଭଉଣୀର ପୁଅକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଆଇଏଏସ୍‌ ଅଧିକାରୀ ଏବଂ ମନ୍ତ୍ରଣାଳୟର ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ରଶ୍ମୀଙ୍କ ଭଉଣୀଙ୍କ ପୁଅ ଅର୍ଥାତ୍‌ ଉଦ୍ଧବଙ୍କ ପୁତୁରା ଉପସ୍ଥିତ ରହିବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁତୁରା ବରୁଣ ସରଦେଶାୟୀ ଉପସ୍ଥିତ ଥିଲେ ।
ଏହି ଘଟଣାକୁ ନେଇ କଂଗ୍ରେସ ଏବଂ ରାକପାର ଅନେକ ନେତା ଆପତ୍ତି ଜଣାଇଥିଲା ବେଳେ ବରୁଣ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୁଁ ଏହି ବୈଠକରେ ସାମିଲ ହୋଇଥିଲି । ତେବେ ବୈଠକରେ ବରୁଣଙ୍କ କ’ଣ କାମ ସେ ନେଇ ଗଠବନ୍ଧନର ସହଯୋଗୀମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସୋମବାର ମୁମ୍ବାଇ ଏବଂ ଏହା ଆଖପାଖର ଉପକୂଳ ଅଞ୍ଚଳରେ କିପରି ପର୍ଯ୍ୟଟନରେ ସୁଧାର ଅଣାଯାଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ମନ୍ତ୍ରଣାଳୟର ଜଣେ ଅଧିକାରୀ ନିଜ ନାମ ଉଲ୍ଲେଖ ନକରିବା ସର୍ତ୍ତରେ ଏଜେନ୍ସୀକୁ ଜଣାଇଛନ୍ତି ଯେ, ଯେଉଁ ବ୍ୟକ୍ତିଜଣଙ୍କ ଜନପ୍ରତିନିଧି ନୁହଁନ୍ତି କିମ୍ବା ସରକାରରେ ନାହାଁନ୍ତି ତାଙ୍କର ଏହି ସରକାରୀ ବୈଠକରେ ସାମିଲ ହେବାର କୌଣସି ଅଧିକାର ନାହିଁ । ଏପରିକି ଥାକ୍‌ରେ ପରିବାରର ଏହି ସଦସ୍ୟ ଜଣଙ୍କ ପର୍ଯ୍ୟଟନ ସମ୍ପର୍କରେ ଜଣେ ବିଶେଷଜ୍ଞ ମଧ୍ୟ ନୁହଁନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*