ମୁଖ୍ୟମନ୍ତ୍ରୀଙ୍କ ବଡଚଣା ଗସ୍ତ : ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଚଣ୍ଡିଖୋଲ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଯାଜପୁର ଜିଲା ବଡଚଣା ବ୍ଲକ ଚନ୍ଦିଖୋଲ ନିକଟସ୍ଥ ସୁଙ୍ଗୁଡା ଖେଳ ପଡିଆରେ ଯୋଗଦେଇ ୧୫୨ କୋଟି ୪୯ଲକ୍ଷ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ବଡଚଣା ବ୍ଲକର ୫ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ବେଳେ ୮ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଦେହିପରି ଚନ୍ଦିଖୋଲ କଲେଜ ପରିସରରେ ଉକôଳ ବିଶ୍ୱବିଦ୍ୟାଳୟର ୨ୟ ଗ୍ରାମୀଣ କ୍ୟାମ୍ପସର ଉଦଘାଟନ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ବିଂଝାରପୁର ବିଧାୟିକା ପ୍ରମିଳା ମଲିକ ସାମିଲ ନହେବା ବଡ଼ ଚର୍ଚ୍ଚା ସୃଷ୍ଟି କରିଛି ।
ନିର୍ଦ୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଉଚ୍ଚଶିକ୍ଷାମନ୍ତ୍ରୀ ଅନନ୍ତ ଦାସ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପନ୍ଦା, ସାଂସଦ ରୀତା ତରେଇ,ମୁଖ୍ୟ ସଚେତକ ତଥା ବିଧାୟକ ଅମର ଶତପଥ,ବରୀ ବିଧାୟକ ଦେବାଶିଷ ନାୟକ, କୋରାଇ ବିଧାୟକ ଆକାଶ ଦାସ ନାୟକ, ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେଇ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଜିଲାପରିଷଦ ଅଧ୍ୟକ୍ଷ ନରେଶଚନ୍ଦ୍ର ମହାନ୍ତି, ଜିଲାପାଳ ରଂଜନ କୁମାର ଦାସ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କହିଥିବା ବେଳେ କାଳିଆ ଯୋଜନାରେ ଆପଣମାନେ ଖୁସି ତ, ମୁଁ ବି ଖୁସି କହି ସଭାସ୍ଥଳରେ ମୁରୁକି ହସିଥିଲେ । ସଭା ଆରମ୍ଭରୁ ଜିଲାର ଯୋଗଦେଇଥିବା ବିଧାୟକମାନେ ନିଜ ନିଜର ଅଭିଭାଷଣ ରଖିଥିଲେ ।

ପ୍ରଦୀପ ପ୍ରଜ୍ଜ୍ୱଳନ
ହେଲା ନାହିଁ…
ପରମ୍ପରିକ ନୀତି ଅନୁସାରେ ସଭା ମଞ୍ଚକୁ ଉଦଘାଟନ ପାଇଁ ଦୀପ ଥୁଆ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସିବା ବେଳକୁ ଦୀପ ଷ୍ଟାନ୍ଦ ଉଭାନ ହୋଇଯାଇଥିଲା । ଫଳରେ ପ୍ରଦୀପ ପ୍ରଜ୍ଜଳନ ନହୋଇ ସଭା ଆରମ୍ଭ ହୋଇଥିଲା ।
ପୂର୍ବତନ ସାସଂଦଙ୍କୁ
ମିଳିଲାନି ସିଟ୍
ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କୁ ସିଟ ମିଳିନଥିଲା । ସେ ମଞ୍ଚ ନିକଟକୁ ଆସି କିଛି ସମୟ ଛିଡା ହେବା ପରେ ସିଟ ନମିଳିବାରୁ ବାଧ୍ୟ ହୋଇ ସାମ୍ବାଦିକଙ୍କ ପାଇଁ ଉଦ୍ଧିଷ୍ଟ ଚେୟାରେ ବସିଥିଲେ । ନିଜ ପ୍ରତିକ୍ରୀୟାରେ ସେ କହିଥିଲେ ଯେ,ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିବାକୁ ଇଚ୍ଛା ଥିଲେ ମଧ୍ୟ ସୁଯୋଗ ମିଳିନଥିଲା ।
କାହା ସହିତ କଥା
ହେଲେନି ମୁଖ୍ୟମନ୍ତ୍ରୀ
ସଭାସ୍ଥଳରେ ଜିଲା ସମସ୍ତ ବିଧାୟକ ଓ ସାଂସଦଙ୍କ ଠାରୁ ଆରମ୍ଭ କରି ଜିଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କାହା ସହିତ କଥା ନହେବା ନେଇ ସଭାସ୍ଥଳରେ ଅନେକ ଗୁଞ୍ଜରଣ ସୃଷ୍ଟି ହୋଇଥିଲା ।
ଯୋଗଦେଲେନି
ବବି ଓ ପ୍ରମିଳା
ମୁଖ୍ୟମନ୍ତ୍ରୀ ଗସ୍ତ ପରିପ୍ରେକ୍ଷୀରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଓ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକ ଯୋଗନଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।
୧୯ବର୍ଷର ପ୍ରତିଶ୍ରୁତିକୁ ଭୁଲିଗଲେ ମୁଖ୍ୟମନ୍ତ୍ରୀ
୨୦୦୦ ମସିହାରେ ଜନକଲ୍ୟାଣ ସ୍କୁଲ ପଡିଆ ଠାରେ ଏକ ସଭାରେ ମୁଖ୍ୟମନ୍ତ୍ରୀ ଚନ୍ଦିଖୋଲକୁ ସବଡିଭିଜନ ମାନ୍ୟତା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଏହାର ୧୯ବର୍ଷ ବ୍ୟବଧାନରେ କାର୍ଯ୍ୟକାରୀ ନକରିବା ନେଇ ବଡଚଣାବାସୀଙ୍କ ମନରେ ନୈରାଶ୍ୟ ଭାବନା ଦେଖାଯାଇଥିଲା । ୧୯ ବର୍ଷ ପରେ ଚନ୍ଦିଖୋଲ ମୁଖ୍ୟମନ୍ତ୍ରୀ ଆସିଥିଲେ ମଧ୍ୟ ସବଡିଭିଜନ କଥା ଭୁଲିବା ନେଇ ବିରୋଧଙ୍କୁ ଖୋରାକ ମିଳିଥିଲା ।
ସ୍ୱାଧୀନତା ସଂଗ୍ରାମୀ ସହ ହାତମିଳାଇଲେ ମୁଖ୍ୟମନ୍ତ୍ରୀ
ବଡଚଣାର ସ୍ୱାଧିନତା ସଂଗ୍ରାମୀ ନିଳମଣୀ ସାମଲଙ୍କୁ ସଭାସ୍ଥଳରେ ଦେଖି ମୁଖ୍ୟମନ୍ତ୍ରୀ ତାଙ୍କ ସହିତ ହାତ ମିଳାଇ ସ୍ୱାଗତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*