ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ମଣ୍ଡଭୀୟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବାରିପଦା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ କେନ୍ଦ୍ର ପରିବହନ, ରସାୟନ ଓ ସାରମନ୍ତ୍ରୀ ମନଷୁଖ ଲକ୍ଷ୍ମନଭାଇ ମନ୍ଦଭୀୟା ବର୍ଷିଛନ୍ତି । ବୁଧବାର ଅପରାହ୍ଣରେ ବଡ଼ସାହି ବ୍ଲକ ଅନ୍ତର୍ଗତ ମାଣତ୍ରୀଠାରେ ଭାଜପା ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେଇ ନିଜ ରାଜ୍ୟ ଗୁଜୁରାଟର ସୁରଟ୍‌ରେ ବସବାସ କରୁଥିବା ଓଡ଼ିଶାଙ୍କ ସହିତ ମିଶି ସେ ଅଳ୍ପ ଓଡ଼ିଆ ଭାଷା ଜାଣିଥିବା କହିଛନ୍ତି । ଓଡ଼ିଶାରେ ଅଳ୍ପଦିନ ରହିଲେ ସେ ସ୍ପଷ୍ଟ ଓଡ଼ିଆ କହିପାରିବେ ବୋଲି ଦୃଢ଼ତାର ସହିତ କହିଛନ୍ତି । ମାତ୍ର ଓଡ଼ିଶାର ୧୯ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭାଷା କହିପାରୁନାହାନ୍ତି । ଏହା ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନଙ୍କ ରାଜ୍ୟ ସରକାର କେବଳ କାଗଜ ପତ୍ରରେ ଯୋଜନା କରୁଥିବାବେଳେ ଗ୍ରାମାଞ୍ଚଳଲୋକ, ଗରୀବ ଓ ପଛୁଆ ବର୍ଗ ଲୋକ ବାସ୍ତବରେ ଯୋଜନାର ସୁଫଳ ପାଇବାରୁ ବଞ୍ଚôତ ହୋଇଥିବା ସେ କହିଛନ୍ତି । ଓଡ଼ିଶା ସରକାର କେବଳ ୧୨ଲକ୍ଷ କୃଷକଙ୍କ ତାଳିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିବାର ସେ ସୂଚନାଦେଇ କ୍ଷୁଦ୍ର ନାମମାତ୍ର କୃଷକମାନଙ୍କର ସଂପୂର୍ଣ୍ଣ ତାଲିକା ପାଇବାକୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିବା ସେ ପ୍ରକାଶ କରିଛନ୍ତି ।
ସମୃଦ୍ଧ ଓଡ଼ିଶା ବିନା ଭାରତର ବିକାଶ ସମ୍ଭବପର ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ମନ୍ଦଭୀୟା କହିଛନ୍ତି । କେନ୍ଦ୍ର ସରକାରଙ୍କ ଗରୀବ, ମହିଳା, କୃଷକ,ସ୍ୱାସ୍ଥ୍ୟ ଓ ରୋଗ ଚିକିତ୍ସା ଆଦି ଜନ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଗରୀବ, କୃଷକ, ମହିଳା, ଗ୍ରାମ ଓ ପଛୁଆ ଅଞ୍ଚଳ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମର୍ପିତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ରୋଷେଇ ସମୟରେ ଗରୀବ ମହିଳାଙ୍କୁ ଧୂଆଁରୁ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନରେନ୍ଦ୍ର ମୋଦି ଦେଶରେ କାର୍ଯ୍ୟକାରୀ କରିଥିବା ସେ କହିଛନ୍ତି । ପରିବାର ସଦସ୍ୟଙ୍କ ରୋଗ ଚିକିତ୍ସା କରି ପ୍ରତିବର୍ଷ ଦେଶରେ ୫୨ଲକ୍ଷ ପରିବାର ଗରୀବ ହେଉଥିଲେ ବୋଲି ସେ ପ୍ରକାଶ କରିଛନ୍ତି । ସ୍ୱଳ୍ପ ମୂଲ୍ୟରେ ଉନ୍ନତମାନର ଔଷଧ ଯୋଗାଇ ଦେବା ପାଇଁ ଦେଶରେ ୫ହଜାରଟି ଜନୌଷଧି ଭନ୍ଦାର ଖୋଲା ଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଅପାରଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ପରିବର୍ତ୍ତନ କରି ଭାଜପା ରାଜ୍ୟ ସରକାର ଗଠନ ପାଇଁ ଆସନ୍ତା ନିର୍ବାଚନରେ ମତଦାନ କରିବାକୁ ଜନସାଧାରଣଙ୍କୁ କେନ୍ଦ୍ରମନ୍ତ୍ରୀ ମନଷୁଖ ନିବେଦନ କରିଥିଲେ । ଜିଲ୍ଲା ଭାଜପା ସଭାପତି ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ଭାଜପା ରାଜ୍ୟ ପ୍ରବକ୍ତା ପିତାମ୍ବର ଆଚାର୍ଯ୍ୟ ଓ ଲେଖାଶ୍ରୀ ସାମନ୍ତସିଂହାର, ସିନେତାରକା ଶ୍ରୀତା ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ପୂର୍ବତନ ବିଧାୟକ କାନ୍ଦରା ସୋରେନ, ଜିଲ୍ଲା ଉପସଭାପତି ସୁବାସ ପ୍ରଧାନ ଓ ସୁନୀଲ ଦାଶ ପ୍ରମୁଖ ଉଦ୍‌ବୋଧନ ଦେଇ ଦୁର୍ନୀତି ଗ୍ରସ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ପରିବର୍ତ୍ତନ କରି ଆଗାମୀ ନିର୍ବାଚନରେ ଭାଜପା ସପକ୍ଷରେ ମତଦାନ କରିବାକୁ ଆହ୍ୱାନ ଦେଇଥିଲେ । ନିର୍ଦ୍ଧିଷ୍ଟ ପ୍ରଶାସନିକ ଅଧିକାରୀ ରାଜ୍ୟ ଶାସନ ଚଳାଇ ଓଡ଼ିଶାକୁ ଲୁଟ୍‌ କରୁଥିବା ବକ୍ତାମାନେ ଅଭିଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*