ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ କଲେ ୮୯୩୮ କୋଟି ଟଙ୍କାର ପ୍ରକଳ୍ପ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ରାଜ୍ୟର ୧୧ଟି ଜିଲାରେ ବିଭିନ୍ନ ଶିଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ବାବଦରେ ୮୯୩୮ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରହିଛି । ଏହିସବୁ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ହେଲେ ରାଜ୍ୟରେ ୧୨ହଜାର ନୂଆ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଉଦ୍‌ଘାଟନ ନାଁ’ରେ ଲୋକଙ୍କୁ କେବଳ ଭୂଅାଁ ବୁଲାଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ । ଶନିବାର ଖାରବେଳ ଭବନରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ପ୍ରଥମେ ୫ଟି ଶିଳ୍ପର ଉଦ୍‌ଘାଟନ କରିଥିଲେ । ପ୍ରତିଷ୍ଠା ହୋଇସାରିଥିବା ଏହି ଶିଳ୍ପ ସଂସ୍ଥା ସହିତ ଅନ୍ୟ ୨୨ଟି ଶିଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ୧୧ଟି ଜିଲାରେ ଆଇଟି କ୍ଷେତ୍ର ଠାରୁ ଆରମ୍ଭ କରି ସିମେଣ୍ଟ ଶିଳ୍ପ ପର୍ଯ୍ୟନ୍ତ ଏହିସବୁ ଶିଳ୍ପ ସଂସ୍ଥାଗୁଡିକ ପ୍ରତିଷ୍ଠା ହେଲେ ୧୨ହଜାରରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ ଅବସରରେ କହିଛନ୍ତି ।
ଓଡ଼ିଶା ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଏବେ ଦେଶର ଆଗୁଆ ରାଜ୍ୟରେ ପହଞ୍ଚôଛି । ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଶିଳ୍ପଦୋଗୀମାନେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । ଏଥିପାଇଁ ସରକାରଙ୍କ ପକ୍ଷରୁ ସିଙ୍ଗିଲ୍‌ ୱିନେ୍ଦା ବ୍ୟବସ୍ଥାରେ ଏହି ଶିଳ୍ପ ସଂସ୍ଥାମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଓଡ଼ିଶା ସିମେଣ୍ଟ ଲିମିଟେଡର ସଂପ୍ରସାରଣ କରାଯାଇ ଏଥିପାଇଁ ୧ହଜାର ୯ଶହ ୯୦ କୋଟି ଟଙ୍କା ପ୍ରଦାନ କରାଯିବ । ସିମେଣ୍ଟ କାରଖାନାର ସମ୍ପ୍ରସାରଣ ହେବା ପରେ ଏଠାରେ ଅଧିକ ୨୫୦ କର୍ମ ସଂସ୍ଥାନ ସୃଷ୍ଟି କରାଯିବ । ଆସନ୍ତା ୨୦୨୦ ନଭେମ୍ବର ମାସରେ ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ଆୟୋଜନ କରାଯିବ । ଏହା ପୂର୍ବରୁ ଏହି ସବୁ ଶିଳ୍ପ ସଂସ୍ଥାଗୁଡିକ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମରେ ଉପକୃତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଉଦଘାଟନ ଅବସରରେ ସୂଚନା ରଖିଛନ୍ତି ।
ବାସ୍ତବତାକୁ ନେଇ ବିରୋଧୀ ବର୍ଷିଲେ
୨୦ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଘୋଷଣା କରିଆସୁଥିବାବେଳେ ଏହା କାର୍ଯ୍ୟକାରୀ ହେବାର ନା’ଗନ୍ଧ ଦେଖାଯାଉ ନାହିଁ । ଏହି ସମୟ ମଧ୍ୟରେ ୩ଶହରୁ ଅଧିକ ଶିଳ୍ପ ସଂସ୍ଥା ରାଜ୍ୟ ସରକାରଙ୍କ ସହ ବୁଝାମଣା ସ୍ୱାକ୍ଷର କରିଥିଲେ ମଧ୍ୟ ଏଯାଏଁ ମାତ୍ର ୫୧ଟି କମ୍ପାନୀ ଶିଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛନ୍ତି । ଅନ୍ୟସବୁ ଶିଳ୍ପ କେଉଁଆଡେ ଯାଉଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଶିଳ୍ପ ପ୍ରସାର କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କେବଳ ଶିଳାପୋତି ଶିଳ୍ପର ହିସାବ ଦେଉଛନ୍ତି । କେଉଁଠାରେ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ହେଉନାହିଁ, ଶିଳ୍ପ ଜରିଆରେ ବେକାରୀ ନିଯୁକ୍ତି ଆଦୌ ସମ୍ଭବ ହେଉନାହିଁ । କେବଳ ଲୋକଙ୍କୁ ପ୍ରତାରଣା କରିବା ପାଇଁ ଏଭଳି ଉଦ୍‌ଘାଟନ ହେଉଛି ବୋଲି ନରସିଂହ ଅଭିଯୋଗ କରିଛନ୍ତି ।
ଏପଟେ ମୁଖ୍ୟ ବିରୋଧୀ ଭାଜପା ସରକାରଙ୍କ ଶିଳ୍ପ ପ୍ରତିଷ୍ଠା ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଡାହା ମିଛବୋଲି କହିଛି । ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ନବୀନ ସରକାରଙ୍କ ଶିଳ୍ପ ପ୍ରତିଷ୍ଠା ଏକ ଧୂଆଁବାଣ ବୋଲି ଅଭିଯୋଗ କରିଛନ୍ତି । ୨୦ବର୍ଷ ଭିତରେ ବୁଝାମଣା କରିଥିବା ଶହଶହ ଶିଳ୍ପସଂସ୍ଥା ମଧ୍ୟରୁ ଏବେ ହାତଗଣତି କେତୋଟି ସଂସ୍ଥା ପ୍ରତିଷ୍ଠା ହୋଇଛି । ଏହିସବୁ ସଂସ୍ଥାରେ ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ମିଳୁନାହିଁ । ସରକାରଙ୍କ ପୌତ୍ସାହନ ନଥିବାରୁ ଓଡ଼ିଶାକୁ ସୁରକ୍ଷିତ ନମଣି ୧୦ରୁ ଅଧିକ ବଡ଼ ଶିଳ୍ପ ରାଜ୍ୟଛାଡି ପଳାଇଛନ୍ତି । ଲୋକମାନଙ୍କୁ ପ୍ରତାରଣା କରି ଡାହା ମିଛରେ ସରକାର ଶିଳ୍ପର ବାହାବାହା ନେଉଛନ୍ତି । ଏହାଦ୍ୱାରା ରାଜ୍ୟର କୌଣସି ବିକାଶ ହେଉନାହିଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*