ମୁଖିଆଙ୍କ ଡଙ୍କାରୀ ପ୍ରୀତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଆଗରୁ ଲୁହା ପଥର, ମାଙ୍ଗାନିଜ ଆଉ ବକ୍ସାଇଟ୍‌ ପ୍ରତି ମୁଖିଆଙ୍କର ଭାରି ଲୋଭ ଥିଲା । ନିଜ ଦଳର ଲୋକେ,ଖଣି ବେପାରୀ, ଅଫିସର ଲୁଟିଲାଟି ଖାଉଥିଲେ ଖଣି । ଶଙ୍ଖ ପାର୍ଟିର ଭରିଯାଉଥିଲା ମୁଣି । ସେତେବେଳେ ଅଙ୍କଲଙ୍କୁ କେଉଁଝର ବିକାଶ ଚିନ୍ତା ବେଶି ଘାରୁଥିଲା । ଚୋରି ଧରା ପଡିବା ପରେ ସିବିଆଇ ଡରରେ ମୁଖିଆ ଖଣି ମାଲିକଙ୍କ ଉପରେ ଜରିମାନା ଠୁଙ୍କି ଦେଲେ । ମୁଖିଆ ଜାଣିଥିଲେ କେହି ଦେବେନି । ଯାହା ଦବାର କଥା ପାଣ୍ଠିକୁ ତ ଦେଇସାରିଚନ୍ତି । ଖଣି ମାଲିକମାନେ ବି ଜାଣିଥିଲେ ଆମକୁ କିଛି ଦବାର ନାହିଁ । ସବୁ ମିଲି ଭଗତରେ କାମ ତୁଟିଗଲା ।
ସମସ୍ତେ ଭାବିଥିଲେ ଯେ, ମୁଖିଆ ଓ ତାଙ୍କ ସରକାର ଆଉ ଖଣି ଆଡକୁ ଅନେଇବେ ନାହିଁ । କିନ୍ତୁ କିଏ ଜାଣିଥିଲା ଯେ ଖଣି ଛାଡି ପାହାଡ ଉପରେ ଆଖି ପକାଇବେ ମୁଖିଆ । ମୁଖିଆଙ୍କ ସହଯୋଗରେ ବିଧାୟକ,ମାଫିଆ ଆଉ ସରକାରୀ ବାବୁମାନେ ୧୫ ବର୍ଷ ଭିତରେ ଡଙ୍କାରୀ ପାହାଡରୁ ୧୫ ହଜାର କୋଟି ଟଙ୍କା ଲୁଟି ନେଇସାରିଲେଣି । ଏକଥା ଜିଲାପାଳ ଜାଣିଚନ୍ତି । ନିଜେ ମୁଖିଆଙ୍କୁ ବି ଜଣାଇ ଦିଆଯାଇଚି । ହେଲେ ତମେ ଗୁହାରି କରିବ କାହାକୁ? ମୁଖିଆ ତ ଏହି ଲୁଟ୍‌ପାଟ୍‌ରେ ଯେ ଜଡିତ ନଥିବେ ଏକଥା କିଏ କହିବ? ଏନଜିଟିକୁ ମାମଲା ଗଲା ପରେ ବି କିଛି କାର୍ଯ୍ୟାନୁଷ୍ଠାନ ହଉନି ମାନେ ଲୁଟ୍‌ରେ ମୁଖିଆ ବି ସାମିଲ ଅଛନ୍ତି ବୋଲି ସନେ୍ଦହ ବଢୁଚି । ନହେଲେ ଧର୍ମଶାଳା ଯାଇ ପାହାଡ ଲୁଟେରାଙ୍କ ସହ ମୁଖିଆ ବସିଥାନ୍ତେ କେମିତି? ଏବେ କିଛି ଲୋକ ଯାଇ ଭେଟିଚନ୍ତି ରାଜ୍ୟପାଳଙ୍କୁ । ରାଜ୍ୟପାଳ କ’ଣ ଅବା କରିପାରିବେ? ଓଡ଼ିଶା ତ ଲୁଟେରାଙ୍କ ଅମରାବତୀ ପାଲଟିଗଲାଣି । କହିବ କାହାକୁ? ମୁଖିଆ ଯେ ପାହାଡ ଉପରେ ଆଖି ପକାଇବେ ଏକଥା କିଏ ଭାବିଥିଲା କି?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*