ମୁକେଶଙ୍କ ରିଲାୟନ୍ସ ରଚିଲା ଇତିହାସ ବିପିକୁ ପଛରେ ପକାଇ ଟପ୍‌-୬ ରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାୟନ୍ସ ଇନ୍ଦଷ୍ଟି୍ରଜ୍‌ ଲିମିଟେଡ ବୁଧବାର ରଚିଛି ଏକ ନୂଆ ଇତିହାସ । ମଙ୍ଗଳବାର ୯.୫ ଲକ୍ଷ କୋଟି ବଜାର ପୁଞ୍ଜି ଛୁଇଁ ପ୍ରଥମ ଭାରତୀୟ କମ୍ପାନୀ ବନିବା ପରେ ରିଲାୟନ୍ସ ବୁଧବାର ବି୍ରଟିଶ ପେଟ୍ରୋଲିୟମ (ବିପି)କୁ ପଛରେ ପକାଇ ତୈଳ ଉତ୍ପାଦନ କରୁଥିବା ବିଶ୍ୱର ଟପ୍‌ ୬ କମ୍ପାନୀରେ ନିଜକୁ ସାମିଲ କରିଛି ।
ମଙ୍ଗଳବାର ବ୍ୟବସାୟ ବନ୍ଦ ହେବା ପରେ ମୁକେଶଙ୍କ କମ୍ପାନୀର ବଜାର ପୁଞ୍ଜି ୯.୬୬ଲକ୍ଷ କୋଟିରେ ପହଞ୍ଚିଥିଲା । ଅନ୍ୟ ପଟେ ବି୍ରଟିଶ ପେଟ୍ରୋଲିୟମର ମୋଟ୍‌ ସମ୍ପତ୍ତି ରହିଥିଲା ୯.୨୪ଲକ୍ଷ କୋଟି ଟଙ୍କା । ଚଳିତ ବର୍ଷ ରିଲାୟନ୍ସର ସେୟାର ମୂଲ୍ୟରେ ତିନିଗୁଣା ପର୍ଯ୍ୟନ୍ତ ବୃଦ୍ଧି ଘଟିଥିଲା । ଅମ୍ବାନୀଙ୍କ ପକ୍ଷରୁ ଆସନ୍ତା ୧୮ମାସ ମଧ୍ୟରେ କମ୍ପାନୀର ଋଣ ବୋଝକୁ ଶୂନ୍ୟ କରିବା ପାଇଁ ତେଲ ଠାରୁ ଆରମ୍ଭ କରି କେମିକାଲ କାରବାରରେ ଅଂଶଧନ ବିକି୍ର ସହ ଅନ୍ୟ ଉପାୟ ଘୋଷଣା ପରେ କମ୍ପାନୀର ସେୟାର ମୂଲ୍ୟରେ ବଡ଼ ବୃଦ୍ଧି ଘଟିଛି ।
ବ୍ଲୁମ୍‌ବର୍ଗ ବିଲେନିୟର ଇନେ୍ଦକ୍ସ ଅନୁସାରେ ସେୟାର ମୁଲ୍ୟରେ ବୃଦ୍ଧି କାରଣରୁ ମୁକେଶଙ୍କ ମୋଟ୍‌ ସମ୍ପତ୍ତି ୩.୯୨ ଲକ୍ଷ କୋଟିରେ ପହଞ୍ଚିଛି । ଫଳରେ ସେ ଅଲିବାବା ଜ୍ୟାକ୍‌ ମା’ଙ୍କୁ ପଛରେ ପକାଇ ଏସିଆର ଶ୍ରେଷ୍ଠ ଧନୀକ ବନିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*