ମୁଁ ସେନା କର୍ମଚାରୀ-ଫାଇନ ଦେବି ନାହିଁ ମୋତେ କ’ଣ ଆଇନର ପାଠ ପଢ଼ାଇବ ପୁଲିସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର,

କରୋନା କଟକଣା ପାଇଁ ରାଜଧାନୀରେ ବ୍ଲକିଂ ଓ ଚେକିଂକୁ ଜୋରଦାର କରିଛି କମିଶନରେଟ୍‌ ପୁଲିସ । ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ସରକାରଙ୍କ ପକ୍ଷରୁ କଡା ନିଦେ୍ର୍ଦଶାନାମା ଜାରି କରାଯାଇଛି । ଯେଉଁମାନେ ମାସ୍କ ନ ପିନ୍ଧିବେ ୫ଶହରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ଦନ୍ଦବିଧାନର ବ୍ୟବସ୍ଥା କରାଯାଇଛି । ହେଲେ ଜଣେ ସେନା କର୍ମଚାରୀ ଆଇନ୍‌କୁ ଉଲ୍ଲଂଘନ କରିଥିବା ଦେଖିବାକୁ ମିିଳିଛି । ମୁଁ ସେନା କର୍ମଚାରୀ, ଫାଇନ୍‌ ଦେବି ନାହିଁ, ମୋତେ କ’ଣ ଆଇନର ପାଠ ପଢ଼ାଉଛି ପୁଲିସ କହି ନାଲି ଆଖି ଦେଖାଇଥିଲେ । ଏଭଳି ଅଭାବନୀୟ ଘଟଣା ରବିବାର ଦିନ ବାଣୀବିହାର ଛକରେ ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ, ବିରକ୍ତି ହୋଇ ସେନା କର୍ମଚାରୀ ଜଣଙ୍କ ସ୍ତ୍ରୀଙ୍କ ଫୋନକୁ ବାଡେଇ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପିସିଆର ଭ୍ୟାନ୍‌ ଘଟଣା ସ୍ଥଳରେ ପହଞ୍ଚô ଦମ୍ପତ୍ତିଙ୍କୁ ସହିଦନଗର ଥାନାକୁ ନେଇଥିଲା । ପରେ ସେନା କର୍ମଚାରୀ ଜଣଙ୍କ ୫ଶହ ଟଙ୍କା ଫାଇନ ଦେଇ ଘରକୁ ଫେରିଛନ୍ତି । ଜଣେ ସେନା କର୍ମଚାରୀ ହୋଇ ଭୁଲ କରି ଛକ ଉପରେ ଏଭଳି କାନ୍ଦ ଭିଆଇବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟଯେ, ନୂଆପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା ସୁଜିତ କୁମାର ଜେନାଙ୍କ ପନôୀ ସହିଦନଗରରେ ଥିବା ଏକ ଘରୋଇ ହସ୍ପିଟାଲରେ ଚାକିରି କରନ୍ତି । ରବିବାର ଦିନ ସୁଜିତ ହସ୍ପିଟାଲରୁ ସ୍ତ୍ରୀଙ୍କୁ ଧରି ଘରକୁ ଫେରୁଥିବା ସମୟରେ ବାଣୀବିହାର ଚେକିଂରେ ପଡିଥିଲେ । ସୁଜିତ ହେଲମେଟ ପିନ୍ଧିଥିଲେ ହେଲେ ମାସ୍କ ପିନ୍ଧି ନଥିଲେ । ପୁଲିସ କର୍ମଚାରୀମାନେ ତାଙ୍କୁ ମାସ୍କ ନ ପିନ୍ଧିଥିବାରୁ ଫାଇନ ମାଗିଥିଲେ । ହେଲେ ସେ ଆଇନର ପାଠ ପଢ଼ାଇଥିଲେ । ହେଲମେଟ୍‌ ପିନ୍ଧିଛି, ଗ୍ଳାସ ବନ୍ଦ ହୋଇଛି । ମାସ୍କ କ’ଣ ପିନ୍ଧିବା ଜରୁରୀ କି ବୋଲି ପ୍ରଶ୍ନ କରିଥିଲେ । କାର୍ଯ୍ୟରତ ପୁଲିସ କର୍ମଚାରୀମାନଙ୍କ କହିଥିଲେ ଆପଣ ପାଟି ନ କରି ୫ଶହ ଟଙ୍କା ଫାଇନ କାଟି ଦିଅନ୍ତୁ । ଏହାକୁ ନେଇ ବାଣୀବିହାର ଛକରେ ସେନା କର୍ମଚାରୀ ଓ ପୁଲିସ କର୍ମଚାରୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିିିତି ଉପୁଜିଥିଲା । ସୁଜିତଙ୍କ ପନôୀ ଫାଇନ ଦେବାକୁ ରାଜି ହୋଇ ଟଙ୍କା ଦେବାକୁ ଉଦ୍ୟମ କଲାବେଳେ ସେ ରାଜି ଯାଇଥିଲେ । ସୁଜିତ ପୁଲିସ କର୍ମଚାରୀଙ୍କୁ ଛାଡି ପନôୀଙ୍କ ସହ ଝଗଡା କରିଥିଲେ । ଖବର ପାଇ ୩ଟି ପିସିଆର ଭ୍ୟାନ୍‌ ବାଣୀବିହାରକୁ ଚାଲି ଆସିଥିଲେ । ପରେ ଦମ୍ପତି ସହିଦନଗର ଥାନାକୁ ଯାଇ ୫ଶହ ଟଙ୍କା ଫାଇନ କାଟି ଚାଲିଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

5 Comments

  1. Wow! This could be one particular of the most beneficial blogs We’ve ever arrive across on this subject. Actually Magnificent. I’m also a specialist in this topic so I can understand your effort. Freddi Brendis Docia

Leave a Reply

Your email address will not be published.


*