ମି ଠୁ ଉପରେ ଆଧାରିତ ଫିଲ୍ମରୁ ବଲିଉଡକୁ ଫେରିବେ ତନୁଶ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଭାରତରେ ମି ଠୁ ପ୍ରଚାର ଆରମ୍ଭ କରିଥିବା ତନୁଶ୍ରୀ ଦତ୍ତ ଏବେ ଏହି ପ୍ରସଙ୍ଗ ଉପରେ ନିର୍ମିତ ହେଉଥିବା ଏକ ସର୍ଟ ଫିଲ୍ମ ମାଧ୍ୟମରେ ବଲିଉଡକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ଫିଲ୍ମଟି ମହିଳାଙ୍କ ସହିତ କର୍ମକ୍ଷେତ୍ରରେ ହେଉଥିବା ହେଉଥିବା ଯୌନ ଶୋଷଣ ଉପରେ ଆଧାରିତ । ଏହି ଫିଲ୍ମର ରିଲଜ ତାରିଖ ତନୁଶ୍ରୀ ମହିଳା ଦିବସ ଅବସରରେ ରଖିଛନ୍ତି । ଏହି ଶର୍ଟ ଫିଲ୍ମର ନାମ ରହିଛି ‘ଇନ୍ସ୍ପାରେସନ’ ।
ଏହି ଶର୍ଟ ଫିଲ୍ମ ମାଧ୍ୟମରେ ତନୁଶ୍ରୀ ଦତ୍ତ ଦୀର୍ଘ ୯ ବର୍ଷ ପରେ ପୁଣି ଅଭିନୟ ଦୁନିଆକୁ ଫେରିବେ । ଏହି ଫିଲ୍ମର କାହାଣୀ ଓ ଡାଇଲଗଗୁଡିକୁ ମଧ୍ୟ ତନୁଶ୍ରୀ ଲେଖିଛନ୍ତି । ସେ ଏହି ଫିଲ୍ମ ମାଧ୍ୟମରେ ବଲିଉଡର ଘଟୁଥିବା ଲଜ୍ଜ୍ୟାଜନକ ଘଟଣାକୁ ଦୁନିଆ ସାମନାକୁ ଆଣିବାକୁ ଚାହୁଁଛନ୍ତି । ତନୁଶ୍ରୀ ଦତ୍ତ ଏହି ଫିଲ୍ମରେ ଦେଖାଇବାକୁ ଚେଷ୍ଟା କରିଛନ୍ତି କି, କିପରି ବଲିଉଡ କିମ୍ବା ଅନ୍ୟ କୌଣସି ଇନ୍ଦଷ୍ଟ୍ରୀକୁ ନୂଆ କରି ଆସିଥିବା ଝିଅମାନଙ୍କୁ କାମ ବଦଳରେ କିପରି ଯୌନ ଶୋଷଣ କରାଯାଇଥାଏ । ତନୁଶ୍ରୀ ଦତ୍ତ କିଛି ଦିନ ପୂର୍ବେ ଅଭିନେତା ନାନା ପାଟେକରଙ୍କ ବିରୁଦ୍ଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ସେ ୧୦ ବର୍ଷ ପୂର୍ବେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ’ର ସୁଟିଂ ସମୟରେ ଏହି ଅଭିଯୋଗ ଆଣିଥିଲେ । ସେତେବେଳ ସେ ଏ ବିଷୟରେ ଲୋକଙ୍କୁ କହିଥିଲେ ମଧ୍ୟ, ତାଙ୍କ କଥା କେହି ଶୁଣିନଥିଲେ ।
କିନ୍ତୁ ପରେ ସୋସିଆଲ ମିଡିଆରେ ତନୁଶ୍ରୀ ଦତ୍ତଙ୍କ ଏହି ଅଭିଯୋଗ ଖୁବ ଚର୍ଚ୍ଚାରେ ରହିଥିବା ବେଳେ ନାନା ପାଟେକରଙ୍କୁ ହାଉସଫୁଲ-୪ କୁ ବାହାର ହେବାକୁ ପଡିଥିଲା । ଏହା ପରେ ବଲିଉଡରୁ ନେଇ ରାଜନୀତିରେ ମଧ୍ୟ ଏହାର ଚର୍ଚ୍ଚା ଖୁବ ଧରିଥିଲା । ଏହି ମାମଲାରେ ଅନେକ ଲୋକଙ୍କ ନାମ ସାମ୍ନାକୁ ଆସିବା ପରେ ଅନେକଙ୍କୁ ନିଜ ପଦବୀ ହରାଇାକୁ ପଡିଥିଲା । ଏହି ଘଟଣାରେ କିଛି ଲୋକ ତନୁଶ୍ରୀଙ୍କୁ ବିରୋଧ କରୁଥିବା ବେଳେ ଆଉ କିଛି ତନୁଶ୍ରୀଙ୍କୁ ପ୍ରଶଂସା ମଧ୍ୟ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*