ମିଳିଲା ୧୦ବର୍ଷ ପୁରୁଣା ଆତଙ୍କୀ ଠିକଣା ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ଶ୍ରୀନଗର

ଆତଙ୍କବାଦୀ ଜାମ୍ମୁ-କାଶ୍ମୀରରେ ଏକ ବଡ ଧରଣର ଆତଙ୍କୀ ଯୋଜନାକୁ ପନ୍ଦ କରିଦେଇଛନ୍ତି । ସ୍ଥାନୀୟ ବାରମୁଲ୍ଲାଠାରେ ସୁରକ୍ଷାକର୍ମୀମାନେ ଏକ ବଡ ଆତଙ୍କୀ ଠିକଣାର ସନ୍ଧାନ କରି ଏହାକୁ ଧ୍ୱଂସ କରିଦେଇଛନ୍ତି । ଉତ୍ତର-କାଶ୍ମୀରସ୍ଥିତ ସୋପୋରଠାରେ ଥିବା ରାଫିୟାବାଦ ଅଞ୍ଚଳର ଏହି ଠିକଣାରେ ଆତଙ୍କୀ ସୁରକ୍ଷାକର୍ମୀଠାରୁ ଲୁଚି ରହୁଥିଲେ । ଏଠାରୁ ସୁରକ୍ଷାକର୍ମୀ ୨ଟି ଏକେ-୪୭ ରାଇଫଲ ଏବଂ ଏହାର ୨୦୦୦ ରାଉନ୍ଦ ଗୁଳି, ୩ଆରପିଜି ରାଉନ୍ଦ, ୨ ୱୟାରଲେସ ସେଟ ଏବଂ ଗୋଟିଏ ସାଟେଲାଇଟ୍‌ ଫୋନ୍‌ ଜବତ କରିଛି ।
ପୁଲିସ୍‌ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ, ୫ ଆତଙ୍କବାଦୀ ସ୍ଥାନୀୟ ଡାଲରୀ ଜଙ୍ଗଲରେ ଲୁଚି ରହିଥିବା ସୂଚନା ମିଳିବା ପରେ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏହାପରେ ସୁରକ୍ଷା ବାହିନୀ ଆତଙ୍କୀଙ୍କ ଉକ୍ତ ଠିକଣାସ୍ଥଳୀର ସନ୍ଧାନ ପାଇଥିଲେ । ହେଲେ ସୁରକ୍ଷାକର୍ମୀ ସେଠାରେ ପହଞ୍ଚôବା ପୂର୍ବରୁ ଆତଙ୍କୀମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ । ଏହି ଆତଙ୍କୀ ଆ‡ାଟି ୧୦ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି । ଆତଙ୍କୀ ଏଠାରେ ହତିୟାର ଏବଂ ବିସ୍ଫୋଟକ ଲୁଚାଇ ରଖୁଥିଲେ ।
ରାଷ୍ଟ୍ରୀୟ ରାଇôଫଲ୍ସ୍‌ ସେକ୍ଟର-୭ର କମାନ୍ଦର ଘଟଣାସ୍ଥଳରେ ପହଞ୍ଚô ଜବତ ସାମଗ୍ରୀଗୁଡିକୁ ଯାଞ୍ଚ ପାଇଁ ପଠାଇବାକୁ ନିଦେ୍ର୍ଦଶ ଦେଇଥିଲେ । ସେ କହିଥିଲେ ଯେ, ଜବତ ହତିୟାର ଏବଂ ବିସ୍ଫୋରକଗୁଡିକୁ ଦେଖି ଏହା ସ୍ପଷ୍ଟ ଯେ, ଆତଙ୍କୀ ଏକ ବଡ ଧରଣର ହମଲା କରିବାକୁ ଯୋଜନା କରୁଥିଲେ । ଏହାକୁ ଦୃଷ୍ଟିରେ ରଖି ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ୩୨ ରାଷ୍ଟ୍ରୀୟ ରାଇଫଲ, ସ୍ପେଶାଲ ଅପରେସନ ଗ୍ରୁପ(ଏସଓଜି) ଏବଂ ସିଆରପିଏଫର ୯୨ ବାଟାଲିଅନର ମିଳିତ ବାହିନୀ ଉକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*