ମିଲିଭଗତରେ ବିଜଦ-ଭାଜପା ଜନତାଙ୍କୁ କରୁଛନ୍ତି ଶୋଷଣ: ନିରଞ୍ଜନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

କେବଳ କ୍ଷମତାରେ ରହିବା ପାଇଁ ଉଭୟ ବିଜଦ ଓ ଭାଜପା ବୁଝାମଣା କରିଛନ୍ତି ମିଳିଭଗତରେ କେନ୍ଦ୍ର ଓ ରାଜ୍ୟରେ ଶାସନ ଚାଲୁଛି । ଜନସାଧାରଣଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଉଭୟ ଦଳ ଜନତାଙ୍କ ସହ ଚରମ ଧୋକାବାଜି ଚଳାଇଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟନାୟକ ଅଭିଯୋଗ କରିଛନ୍ତି । ସୋମବାର ଦିନ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ଡାକି ଉଭୟ ଦଳ ମଧ୍ୟରେ ଚାଲିଥିବା ଉକ୍ତ ବୁଝାମଣାର ଅଭିଯୋଗ ଆଣିଛନ୍ତି । ଏହି ଦୁଇ ଦଳ ଦେଶ ଓ ରାଜ୍ୟକୁ ଧ୍ୱଂସ ଆଡ଼କୁ ନେଉଛନ୍ତି । ଏମାନଙ୍କ ଚକ୍ରାନ୍ତଙ୍କୁ ଲୋକଙ୍କ ପାଖରେ ପହଞ୍ଚାଇ ଶାସନ ଗାଦିରୁ ହଟାଇବାକୁ ସମୟ ଉପସ୍ଥିତ ହୋଇଛି ବୋଲି ନିରଞ୍ଜନ କହିଛନ୍ତି ।
କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜଦ ଓ ଭାଜପା ମଧ୍ୟରେ ହୋଇଥିବା ବୁଝାମଣା ଏବେ ଓଡ଼ିଶା ପାଇଁ କ୍ଷତି ସାଧନ ହେଉଛି । ବିଜଦ ଭାଜପାକୁ ଏବଂ ଭାଜପା ବିଦଜକୁ ଆବଶ୍ୟକତା ଅନୁସାରେ ସମର୍ଥନ ଯୋଗାଇ ଲୋକଙ୍କ ଆଗରେ ମିଛ ନାଟକ କରୁଛନ୍ତି । ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ରହସ୍ୟକୁ ନେଇ ରାଜ୍ୟରେ ଭାଜପା ବଡ଼ ଆନେ୍ଦାଳନ କରିଥିଲା । ବିଧାନସଭାରେ ଭାଜପା ଗୃହ ଅଚଳ କରିଥିଲା । ଏହି ପ୍ରସଙ୍ଗ ଲୋକସଭାରେ ଆଲୋଚନାବେଳେ ପଟ୍ଟ ପରିବର୍ତ୍ତନ ହୋଇଥିଲା । ବିଜଦ ସାଂସଦମାନେ ଲୋକସଭାରେ ସ୍ମିତାରାଣୀ ପ୍ରସଙ୍ଗ ନେଇ ଯେଭଳି ଯୁକ୍ତି ରଖିଲେ ସେଥିରେ ଭାଜପା ନିରବ ରହିଲା । ଉଭୟଙ୍କ ମଧ୍ୟରେ ବୁଝାମଣା ଯୋଗୁଁ ସ୍ମିତାରାଣୀ ପ୍ରସଙ୍ଗରୁ ଭାଜପା ଓହରି ଗଲା । ସେହିଭଳି ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ପାଇଁ ନିର୍ବାଚିତ ହେଉଥିବା ସାଂସଦ ଚୟନ ବେଳେ ଏହି ବୁଝାମଣା ଧରାପଡ଼ିଛି । ଚୟନ ସମୟରେ ସଂସଦରେ ଆଲୋଚନା ବେଳେ ବିଜଦର ୭, କଂଗ୍ରେସର ୪୯, ଭାଜପାର ୮୧ ଏବଂ ଏନ୍‌ଡିଏର ୧୧୨ ଜଣ ସଦସ୍ୟ ଉପସ୍ଥିତ ଥିଲେ । ଏହି ପଦ ପାଇଁ ବିଜଦର ଅମର ପଟନାୟକ ଓ ଭାଜପାର ଅଶ୍ୱିନୀ ବୈଷ୍ଣବ ପ୍ରତିଦ୍ୱନ୍ଦ୍ୱୀ ଥିଲେ । ଶେଷରେ ଗୃହରେ ମାତ୍ର ୭ ଜଣ ବିଜଦ ସାଂସଦ ଥାଇ ଅମର ପଟନାୟକ କିଭଳି ଭାଜପା ଠାରୁ ହାରିଗଲେ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।
ଚିଟ୍‌ଫନ୍ଦ ଖଣି ଦୁର୍ନୀତି ମାମଲାରେ ଶାସକ ବିଜଦର ସିଧାସଳଖ ସମ୍ପର୍କ ରହିଥିବାରୁ ସିବିଆଇ ଏନେଇ ତଦନ୍ତ କରୁଛି । ଚିଟ୍‌ଫନ୍ଦ ମାମଲାରେ ସିବିଆଇ ବିଜଦ ନେତାଙ୍କୁ ଧରିବା ପରେ ହଠାତ୍‌ ତଦନ୍ତ ଧିମେଇ ଯାଇଥିଲା । ସିବିଆଇ ପଞ୍ଝାରୁ ମୁକୁଳିବା ପାଇଁ ବିଜଦ ଏବେ ଭାଜପା ନିକଟରେ ଆତ୍ମସମର୍ପଣ କରିଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲ୍‌କୁ ବିଜଦ ସମର୍ଥନ ଦେଇଚାଲିଛି । ସୋମବାର ଦିନ ଲୋକସଭାରେ ଆଗତ ହୋଇଥିବା ସଂଖ୍ୟାଲଘୁ ବିଲ୍‌କୁ ବିଜଦ ସମର୍ଥନ ଦେଉଥିବା ଜଣାପଡ଼ିଛି । ଦେଶ ଓ ରାଜ୍ୟର ଜନସାଧାରଣଙ୍କ ସ୍ୱାର୍ଥକୁ ଦଳି ଚକଟି ଉଭୟ ଦଳ ଶାସନ ଗାଦିରେ ରହିବାକୁ ପ୍ରୟାସ ଚଳାଇଛନ୍ତି । ଏଭଳି ଗୁପ୍ତ ବୁଝାମଣା ଦେଶର ଅର୍ଥନୀତି, ଅଖନ୍ଦତା ଓ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିÿବାରେ ଲାଗିଛି । ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଅାଁ ଦରବୃଦ୍ଧିରେ ଜନତା ଅଣାୟତ । ପିଆଜ ଭଳି ଆବଶ୍ୟକ ସମାଗ୍ରୀକୁ କିଣିବା ପାଇଁ ଲୋକେ ଭୟ କଲେଣି । କେନ୍ଦ୍ର ଓ ରାଜ୍ୟ ସରକାର ନିଦାବିଷ୍ଣୁ ସାଜି ଚୁପ ବିସିଛନ୍ତି । ରାଜ୍ୟର ବଲାଙ୍ଗୀର ଜିଲାରୁ ବିପୁଳ ପିଜାଅ ଉତ୍ପାଦନ ହେଉଥିଲେ ମଧ୍ୟ ସଂରକ୍ଷଣ ଅଭାବରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଋଣ କରି ଫସଲ କ୍ଷତି ସହିପାରୁନଥିବା ଚାଷୀ ଆତ୍ମହତ୍ୟା କରୁଛି । ଚାଷୀ ଆତ୍ମହତ୍ୟାକୁ ସରକାର ସ୍ୱୀକାର କରୁନାହାନ୍ତି । ବିଭିନ୍ନ ଯୋଜନାରେ ଚାଷୀ ମାରଣନୀତି ଅବଲମ୍ବନ କରାଯାଉଛି । ରାଜ୍ୟରେ ବର୍ତ୍ତମାନ ବିଜୁଳି ଶକ୍ତିର ଅଭାବ ଦେଖାଗଲାଣି । ୧୮୦ ପୂର୍ବରୁ ଓଡ଼ିଶା ନିଅଣ୍ଟିଆ ବିଜୁଳି ରାଜ୍ୟ ଥିବା ବେଳେ କଂଗ୍ରେସ କ୍ଷମତାକୁ ଆସି ୧୯୮୪ରେ ବଳକା ବିଦୁ୍ୟତ ରାଜ୍ୟରେ ପରିଣତ କରଥିଲା । କଂଗ୍ରେସ ସରକାର ଚାପ ଓ ଜଳବିଦୁ୍ୟତ କେନ୍ଦ୍ରମାନ ପ୍ରତିଷ୍ଠା କରି ଶକ୍ତି ଉତ୍ପାଦାନ କ୍ଷେତ୍ରରେ ଅନ୍ୟ ରାଜ୍ୟଠାରୁ ଆଗରେ ଥିଲା । ୨୦ ବର୍ଷ ମଧ୍ୟରେ ବିଜଦ ସରକାର ନୂଆ ପ୍ରକଳ୍ପ କରି ଏକ ମେଗାୱାଟ ବିଜୁଳି ସଂଗ୍ରହ କରିପାରିନାହାନ୍ତି । ଏଭଳି ସ୍ଥିତିରେ ରାଜ୍ୟର ପ୍ରଗତି କିପରି ସମ୍ଭବ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*