ମିନି ଜାମ୍ବୋରୀରେ ଜମିଲା ଖାଦ୍ୟର ମେଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଖୋର୍ଦ୍ଧା ବରୁଣେଇ ପୀଠ ସନ୍ନିକଟ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଗାଇଡ଼ସ୍ ସଂଗଠନର ତାଲିମ କେନ୍ଦ୍ର ପରିସରରେ ଗତ ୧ତାରିଖରୁ ଆୟୋଜିତ ହୋଇଥିବା ଜାତୀୟ ରୋଭର ରେଞ୍ଜର ମିନି ଜାମ୍ବୋରୀର ଆଜି ୪ର୍ଥ ଦିବସଟି ଥିଲା ଏକ ସ୍ୱତନ୍ତ୍ର ଦିବସ । ପ୍ରାତଃ ସମୟରେ ସମସ୍ତ ଶିବିରାର୍ଥି ସାମୁହିକ ଯୋଗ ଶିକ୍ଷାଲାଭ କରିଥିଲେ । ପରେ ପରେ ଦୈନନ୍ଦିନ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିବିରର ନିୟମ ଅନୁଯାୟୀ ପତାକା ଉତ୍ସବ ପରେ ରୋଭର ରେଞ୍ଜରମାନେ ଭାଗ ଭାଗ ହୋଇ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଏବଂ ଦୁଃସାହସିକତା ପ୍ରଦର୍ଶନ କ୍ଷେତ୍ରରେ ନିଜ ନିଜର କାର୍ଯ୍ୟଶୈଳୀ ପ୍ରଦର୍ଶନ କରିଥିଲେ । ପୂର୍ବାହ୍ନରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବଳର ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ତାଙ୍କ ଜରୁରୀକାଳିନ ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ବ୍ୟକ୍ତିମାନଙ୍କୁ ଜରୁରୀକାଳିନ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା ଦଳର କର୍ମକର୍ତ୍ତାମାନେ ପ୍ରାଥମିକ ଶିକ୍ଷା ପ୍ରଦାନ, ସିପିଆର୍ ପ୍ରଣାଳୀ, ଉଦ୍ଧାର ପ୍ରକ୍ରିୟା ତଥା ଅଗ୍ନି ନିରାପତ୍ତା ବିଧି ଆଦି ବିଷୟରେ ରୋଭର ରେଞ୍ଜରମାନଙ୍କୁ ଆନୁସଙ୍ଗିକ ତାଲିମ ପ୍ରଦାନ କରିଥିଲେ । ଅପରାହ୍ନରେ ଆରମ୍ଭ ହୋଇଥିଲା ଖାଦ୍ୟ ମେଳା । ଭିନ୍ନ ଭିନ୍ନ ରାଜ୍ୟର ରୋଭର ଓ ରେଞ୍ଜରମାନେ ନିଜ ନିଜ ରାଜ୍ୟର ସର୍ବୋକ୍ରୃଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ଗୋଟିଏ ମଞ୍ଚରେ ସାରା ଦେଶର ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟର ସମାହାର ଦେଖିବାକୁ ମିଳିଥିଲା ଜାମ୍ବୋରୀ ସ୍ଥଳରେ ।
ବୁଧବାର ସାନ୍ଧ୍ୟ ଅଧିବେଶନର ବିଶେଷ ଆକର୍ଷଣୀୟ ଥିଲା ଶିବିରାଗ୍ନି ଉତ୍ସବ । ନାନାଦି ସାମାଜିକ କୁପ୍ରଥାର ଦୂରୀକରଣ ନିମନ୍ତେ ସଚେତନ ମୂଳକ ନାଟକ ପ୍ରତିଯୋଗିତା ରୋଭର ଓ ରେଞ୍ଜରମାନେ ପ୍ରଦର୍ଶନ କରି ନିଜ ନିଜ ଅନ୍ତର୍ନିହିତ କଳାତ୍ମକ ଗୁଣର ନମୂନା ପ୍ରଦର୍ଶନ କରିଥିଲେ । ସବୁଠୁ ମଜା ଥିଲା ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ପାରମ୍ପରିକ ପୋଷାକ ପରିହିତ ର୍ୟାମ୍ପ ସୋ । ଆଜିର ବିଶିଷ୍ଟ ଅତିଥିମାନେ ହେଲେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଅଶୋକ କୁମାର ରଥ, ଉଚ୍ଚ ଶିକ୍ଷା ବିଭାଗର ଏସ୍ଏନ୍ଓ ତଥା ଉପନିଦେ୍ର୍ଦଶିକା ସୁରେଖା ସୁନ୍ଦରୀ ସ୍ୱାଇଁ । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିଥି ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇ ଆରମ୍ଭ ହୋଇଥିଲା ଶିବିରାଗ୍ନି ଉତ୍ସବ । ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ଉକ୍ତ ଜାମ୍ବୋରୀ ରୋଭର ଓ ରେଞ୍ଜରମାନଙ୍କ ଗୁଣାତ୍ମକ ମାନର ପରିପ୍ରକାଶ ପାଇଁ ଏକ ପ୍ରକୃଷ୍ଟ କ୍ଷେତ୍ର ବୋଲି ଅଭିହିତ କରିବା ସାଙ୍ଗକୁ ସଗଠନର ଆୟୋଜନକୁ ଭୂୟସୀ ପ୍ରଶଂସା କରିଥିଲେ । ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ଏହା ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ରଥ ଓ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ । ଜାତୀୟ କାର୍ଯ୍ୟାଳୟର ଉପନିଦେ୍ର୍ଦଶକ ଅମର ବି ଛେତ୍ରୀ, ଉପନିଦେ୍ର୍ଦଶିକା ସୁରେଖା ଶ୍ରୀବାସ୍ତଭ ସମେତ ରାଜ୍ୟ ଗାଇଡ଼ ସଂଗଠନ କମିଶନର ଅନାମିକା ଦାସ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସହାୟତାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*