ମିନିମମ୍‌ ବାଲାନ୍ସ ପେନାଲଟିରୁ ମିଳିଛି ବ୍ୟାଙ୍କମାନଙ୍କୁ ୧୯୯୬କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କୁ ୨୦୧୮-୧୯ ଆର୍ଥିକ ବର୍ଷରେ ଗ୍ରାହକମାନେ ସଞ୍ଚୟ ଖାତାରେ ସର୍ବନିମ୍ନ ମାସିକ ଅର୍ଥ ନରଖିବା କାରଣରୁ ଯେଉଁ ଜୋରିମାନା ଦେଇଛନ୍ତି ସେ ବାବଦରେ ମିଳିଛି ୧୯୯୬.୪୬କୋଟି ଟଙ୍କା । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଦେଇଛନ୍ତି ଏହି ସୂଚନା । ୨୦୧୭-୧୮ ଆର୍ଥିକ ବର୍ଷରେ ୧୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଏ ବାବଦରେ ମିଳିଥିଲା ୩୩୬୮.୪୨କୋଟି ଟଙ୍କା । ୨୨୦୧୬-୧୭ରେ ଏହି ପରିମାଣ ଥିଲା ୭୯୦.୨୨କୋଟି ।
ଠାକୁରଙ୍କ ଲିଖିତ ଉତ୍ତରରେ ଲୋକସଭାରେ କହିଛନ୍ତି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କୁ ମିଳିଥିବା ମିନିମମ୍‌ ବାଲାନ୍ସ ପେନାଲଟି ଗତବର୍ଷ ତୁଳନାରେ ହ୍ରାସ ପାଇଛି । ଏହାର କାରଣ ହେଉଛି ଏସବିଆଇ ପକ୍ଷରୁ ଖାତାରେ ସଞ୍ଚୟ ଖାତାରେ ମିନିମମ୍‌ ବାଲାନ୍ସ ନରଖିବାକୁ ନେଇ ଜୋରିମାନା ରାଶି କମ୍‌ କରିବା । ଠାକୁର କହିଛନ୍ତି ଯେ, ବ୍ୟାଙ୍କ ବେସିକ୍‌ ସେଭିଙ୍ଗସ୍‌ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟରେ ମିନିମମ୍‌ ବାଲାନ୍ସ ନରଖିବା ନେଇ କୌଣସି ଜୋରିମାନା ନେଉନାହିଁ । ଏଥିରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନ୍ତର୍ଗତ ଖୋଲା ଯାଇଥିବା ଆକାଉଣ୍ଟ ମଧ୍ୟ ସାମିଲ ଅଛି । ଆରବିଆଇ ସୂଚନାନୁସାରେ ମାର୍ଚ୍ଚ ୨୦୧୯ ସୁଦ୍ଧା ଦେଶରେ ୫୭.୩କୋଟି ବେସିକ୍‌ ସେଭିଙ୍ଗସ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟ ଥିଲାବେଳେ ଏଥିରୁ ୩୫.୨୭କୋଟି ହେଉଛି ଜନଧନ ଖାତା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*