ମିତ୍ରପୁର ଅଞ୍ଚଳରେ ପ୍ରଶାସନର ମିଳିତ ଚଢାଉ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ନୀଳଗିରି

ବାଲେଶ୍ୱର ଜିଲ୍ଲପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିଦେ୍ର୍ଦଶକ୍ରମେ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ, ଅତିରିକ୍ତ ତହସିଲଦାର ରାକେଶ ପନ୍ଦା, ମିତ୍ରପୁର ଫରେଷ୍ଟର ଗଣେଷ ପ୍ରସାଦ ଲେଙ୍କା ଓ ନୀଳଗିରି ଆଇଆଇସି ନଳୀତା ମୋଦୀ ମିଳିତ ଭାବେ ମିତ୍ରପୁର ଅଞ୍ଚଳର ଚତୁରିଖୁଣ୍ଟା, ବେଗୁନିଆ ଓ କଲ୍ୟାଣି ଗ୍ରାମରେ ବିଭିନ୍ନ ସ୍ଥାନରେ ଗଦା ହୋଇଥିବା ମେଟାଲ ଉପରେ ଚଢାଉ କରିଥିଲେ । ଏହି ଖବର ପ୍ରଚାରିତ ହେବା କ୍ଷଣି ସ୍ଥାନୀୟ ଅଞ୍ଚଳରେ ଶହ ଶହ ଲୋକ ରୁନ୍ଦ ହେବା ସହିତ ପ୍ରଶାସନ ପକ୍ଷରୁ ପରିବହନ ହେଉଥିବା କଞ୍ଚା ମାଲଗୁଡିକୁ ଜନସାଧାରଣ ଛାଡିନଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଚତୁରିଖୁଣ୍ଟା, ବେଗୁନିଆ ଓ କଲ୍ୟାଣି ଗ୍ରାମରେ ୯ଟି ଗଦାରେ ପାଖାପାଖି ୧୫୦ରୁ ୨୦୦ ଟ୍ରୀପକୁ ୯ ଜଣଙ୍କୁ ଜିମାନାମା ଦେଇଥିବାବେଳେ ୬ ଟ୍ରିପ କଞ୍ଚା ମାଲ ରାଜସ୍ୱ ବିଭାଗ ନିଜ ହେପାଜତକୁ ଆଣିଥିଲା । ସ୍ଥାନୀୟ ଆରଆଇ ଉକ୍ତ ଅଞ୍ଚଳ ପରିଦର୍ଶନ କରି ପରିମାଣ ଆକଳନ କରିବା ସହିତ କେଉଁ ଗଦା କାହାର ଚିହ୍ନଟ କରିବା ପରେ ଫାଇନ ଆଦାୟ କରାଯିବ ବୋଲି ଅତିରିକ୍ତ ତହସିଲଦାର ରାକେଶ ପନ୍ଦା ସୂଚନା ଦେଇଥିଲେ । କିଛି ଯୁବ ବ୍ୟବସାୟୀ ବଞ୍ଚôବାର ରାହା ନେଇ ସୁଦୁର ସୋର ତହସିଲ ଅଧିନସ୍ଥ ବାଗୁଡି ଅଞ୍ଚଳରୁ ପଥର ଆଣି ପେଟପାଟଣା ପୋଷୁଥିବାବେଳେ ପ୍ରଶାସନର ଏପରି ଘଟଣାକୁ ସ୍ଥାନୀୟ ଟ୍ରକ ମାଲିକ ସଂଘର ସମ୍ପାଦକ ମଣ୍ଟୁ ନାୟକ, ଶ୍ରମିକ ସଂଘ ନେତା କାର୍ତ୍ତିକେଶ୍ୱର ଦାସ, ବରିଷ୍ଠ ନାଗରିକ ଅଗଣୀ ସାହୁ ସମେତ ଜନସାଧାରଣ ନିନ୍ଦା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*