ମିଡିଆ ମହାକୁମ୍ଭ ଉଦ୍ୟାପିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ତିନିଦିନ ଧରି ଚାଲିଥିବା ତୃତୀୟ ଗଣମାଧ୍ୟମ ମହାକୁମ୍ଭ ଉଦ୍ୟାପିତ ହୋଇଯାଇଛି । କିିଟ୍ସ୍ଥିତ ୭ନଂ. ଆଡିଟରିୟମଠାରେ ଆୟୋଜିତ ଏହି ଉଦଯାପନ ସମାରୋହରେ ବିଧାନସଭାର ବାଚସ୍ପତି ଡ଼ଃ ସୂଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଡ଼ିଜିଟାଲ ଗଣମାଧ୍ୟମର ଚାହିଦା ଏବଂ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ । ଆଜିର ଦିନରେ ବିଗତ ଦିନ ଅପେକ୍ଷା ପାଠକପାଠିକା ମାନଙ୍କ ଦ୍ୱାରା ଖବରକାଗଜ ଏବଂ ଟେଲିଭିଜନ ଦେଖିବାର ଚାହିଦା କମିବାରେ ଲାଗିଛି ବୋଲି କହିଥିଲେ । କାରଣ ଆଜିର ସ୍ମାର୍ଟଫୋନ୍ ଯୁଗରେ ଲୋକମାନେ ସୋସିଆଲ ମିଡିଆ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ସେ ମତପୋଷଣ କରିଥିଲେ ।
ଅନ୍ୟତମ ଅତିଥି ଭାବେ ଆଉଟ-ଲୁକର ପତ୍ରିକାର ସମ୍ପାଦକ ରୁବେନ ବାନାର୍ଜୀ ଯୋଗଦେଇ ଗଣମାଧ୍ୟମ ବିଷୟର ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ପାଠ ପଢାଇବା ସମୟରେ ଛାତ୍ରଛାତ୍ରୀମାନଙ୍କୁ ନିରପେକ୍ଷ ଏବଂ ନୈତିକବୋଧତାର ସହିତ କର୍ତ୍ତବ୍ୟ କରିବାର ଶିକ୍ଷା ପ୍ରଦାନ ପାଇଁ କହିଥିଲେ । ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ. ଇସାନ ପାତ୍ର, ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା ଏବଂ ଏଆଇଏମସିର ପ୍ରଫେସର କେଜି ସୁରେଶ ଉକ୍ତ ସମ୍ମିଳନିରେ ଯୋଗଦେଇ ଗଣମାଧ୍ୟମର ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ଉପରେ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶୁକ୍ରବାର ମିଡ଼ିଆ ମହାକୁମ୍ଭର ଦ୍ୱିତୀୟ ଦିବସରେ ୮୦ରୁ ଅଧିକ ଗବେଷଣାତ୍ମକ ସଂର୍ନ୍ଧଭ ବିଭିନ୍ନ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା ୭ଟି ବୈଷୟିକ ଅଧିବେଶନରେ ଉପସ୍ଥାପନ ହୋଇଥିବାବେଳେ, ତନ୍ମଧ୍ୟରୁ ୬ଟିକୁ ସର୍ବତ୍ତୋମ ସଂନ୍ଦର୍ଭ ଭାବରେ ଆଜିି ପୁରସ୍କୃତ କରାଗଲା । ପ୍ରଥମ ଥର ପାଇଁ ବିଭିନ୍ନ ବର୍ଗରେ ଏନ୍ଏମ୍ସି ପୁରସ୍କାର-୨୦୧୯ ପ୍ରଦାନ କରାଗଲା । ମିଡ଼ିଆ ମହାକୁମ୍ଭର ଅଧ୍ୟକ୍ଷ ତଥା ଆଇଏମ୍ଏସ୍ ର ନିଦେ୍ର୍ଦଶକ ପ୍ରଫେସର ଉପେନ୍ଦ୍ର ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଭିନ୍ନ ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ବିଭାଗ ଯଥା ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଡଃ ଜ୍ଞାନରଂଜନ ମିଶ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟର ଡଃ ଜୟନ୍ତ ସ୍ୱାଇଁ, ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଚନ୍ଦ୍ରଭାନୁ ପଟ୍ଟନାୟକ, ଡଃ ଅମ୍ବିକା ଶଙ୍କର ମିଶ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଡଃ ହରେକ୍ରିଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*