ମିଗ୍‌ ୨୧ ଦୁର୍ଘଟଣାଗ୍ରସ୍ତ : ୨ ପାଇଲଟ ସୁରକ୍ଷିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ମଧ୍ୟପ୍ରଦେଶ ଗ୍ୱାଲିୟରେ ଏୟାରବେସ୍‌ ନିକଟରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ମିଗ୍‌ ୨୧ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ତେବେ ଏଥିରେ ଥିବା ଦୁଇଜଣ ପାଇଲଟ ସୁରକ୍ଷିତ ବାହାରକୁ ବାହାରି ପଡ଼ିଥିବା ଜଣାପଡ଼ିଛି । ରିପୋର୍ଟ ମୁତାବକ, ବୁଧବାର ସକାଳେ ଭାରତୀୟ ବାୟୁସେନାର ମିଗ୍‌-୨୧ ବିମାନ ପ୍ରଶିକ୍ଷଣ ଲାଗି ଗ୍ୱାଲିୟର୍‌ର ଏୟାରବେସ୍‌ରୁ ଉଡାଣ ଆରମ୍ଭ କରିଥିଲା । କିନ୍ତୁ କିଛି ମିନିଟ ପରେ ବିମାନଟି ନିକଟରେ ଥିବା ଥିବା ଏକ ଖୋଲା ପଡ଼ିଆରେ ସକାଳ ପ୍ରାୟ ୧୦ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ୍‌ ଏବଂ ଏୟାର୍‌ଫୋର୍ସର ଅଧିକାରୀ ପହଞ୍ଚôଥିଲେ । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ଲାଗି ଆଇଏଏଫ୍‌ ‘କୋର୍ଟ ଅଫ୍‌ ଇନ୍‌କ୍ୱାରୀ’ର ନିଦେ୍ର୍ଦଶ ଦେଇଛନ୍ତି । କର୍ଣ୍ଣଲ ର୍ୟାଙ୍କର ଜଣେ ଅଧିକାରୀଙ୍କୁ ଏହି ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ବିମାନଟିରେ ଜଣେ ଗୁ୍ରପ୍‌ କ୍ୟାପ୍ଟେନ୍‌ ଓ ଅନ୍ୟ ଜଣେ ସ୍କ୍ୱାର୍ଡନ ଲିଡର ସାମିଲ ଥିଲେ । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*