ମାଡ଼ପିଟରେ ସରିଲା ପିଠା କାର୍ଯ୍ୟକ୍ରମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ସାରସକଣା

ଗତ ପଞ୍ଚାୟତ ନିର୍ବାଚନ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାଲଦା ପଞ୍ଚାୟତକୁ ଭାଗ କରାଯାଇ ପାନ୍ଦରା ପଞ୍ଚାୟତ ଗଠନ କରାଯାଇଥିଲା । ପ୍ରକାଶଥାଉ କି ଡୁମୁରିଆ, ରଳାସାହି, ଅସ୍ଥିଆ ଗ୍ରାମ ପୂର୍ବରୁ ଜାଲଦା ପଞ୍ଚାୟତ ଅଧିନରେ ଥିବା ସମୟରେ ଏବେ ଏହି ଗ୍ରାମଗୁଡିକ ପାନ୍ଦରା ପଞ୍ଚାୟତ ଅଧୀନରେ । ମାତ୍ର ଡୁମୁରିଆ ଗ୍ରାମ ଏବେ ପାନ୍ଦରା ପଞ୍ଚାୟତ ହୋଇଥିଲେ ମଧ୍ୟ ସେଠାକାର ଗ୍ରାମବାସୀମାନେ ଏବେ ମଧ୍ୟ ସରକାରୀ ଖାତା କଲମରେ ଜାଲଦା ପଞ୍ଚାୟତର ଅଛନ୍ତି । ଡୁମୁରିଆ ଗ୍ରାମର ଜନସାଧାରଣ ଏବେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗକୁ ହରାଇ ବସିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଏଲଇଡି ବଲ୍‌ବ ନେବା ପାଇଁ ପାନ୍ଦରା ପଞ୍ଚାୟତରେ ଆୟୋଜିତ ପିଠା କାର୍ଯ୍ୟକ୍ରମରେ ପହଞ୍ଚôଥିଲେ ଡୁମୁରିଆ ଗ୍ରାମର କିଛି ମହିଳା ଓ ପୁରୁଷ । ବିଭିନ୍ନ ସମସ୍ୟାକୁ ନେଇ ଏହି କାର୍ଯ୍ୟକ୍ରମରେ ଜନଅସନ୍ତୋଷ ଦେଖାଯିବା ସହିତ ଏଲଇଡି ବଲ୍‌ବ ପାଇଁ ବିଦୁ୍ୟତ ବିଭାଗ କର୍ମଚାରୀଙ୍କୁ କିଛି ଜନସାଧାରଣ ମାଡ଼ ମାରିଥିଲେ ।
ଘଟଣାରୁ ପ୍ରକାଶ ଯେ ମହିଳାମାନେ ଧାଡିରେ ଛିଡା ହୋଇଥିବା ସମୟରେ ବିଦୁ୍ୟତ ବିଭାଗ କର୍ମଚାରୀ ଜାଲଦା ପଞ୍ଚାୟତର ଲୋକେ ଏଠାରୁ ପଳାଇଯାଅ ବୋଲି କହିଥିଲେ । ସାରସକଣା ବ୍ଲକ ସ୍ଥିତ ପାନ୍ଦରା ପଞ୍ଚାୟତରେ ଆଂଶିକ ସଫଳତାର ସହିତ ଶେଷ ହୋଇଯାଇଛି ୩ୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଝୁମାରାଣୀ ସିଂଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସାରସକଣା ବିଧାୟକ ଭାଦବ ହାଁସଦାଃ, ଉପାଧ୍ୟକ୍ଷା ପଦ୍ମିନୀ ସିଂ, ପିଇଓ ଅନିରୁଦ୍ଧ ପୁଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*