ମାସ୍କ ଓ ସାନିଟାଇଜର ବଣ୍ଟନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ସାଲେପୁର

ସାଲେପୁର ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦି’ ନେକ୍ଟାର ପକ୍ଷରୁ ସାଲେପୁର ଅଞ୍ଚଳର ପୁଲିସ କର୍ମଚାରୀ ଓ ବିଦୁ୍ୟତ୍ କର୍ମଚାରୀଙ୍କୁ ସାନିଟାଇଜର, ମାସ୍କ ବଣ୍ଟନ କରାଯାଇଥିଲା । ବାତ୍ୟାରେ ବିଦୁ୍ୟତ୍ ବିଭାଗ କର୍ମଚାରୀମାନଙ୍କ ନିରବଚ୍ଛିନ୍ନ ସେବା ପାଇଁ ଖୁବ୍ କମ୍ ସମୟ ମଧ୍ୟରେ ସାଲେପୁର ଓ ଏହାର ଆଖପାଖ ଅଞ୍ଚଳକୁ ବିଦୁ୍ୟତ୍ ଯୋଗାଇ ଦେଇଥିବାରୁ ଦି’ ନେକ୍ଟାରର ଉପଦେଷ୍ଟା ଇଂ. ଲଳିତ ମୋହନ ମିଶ୍ର ବିଦୁ୍ୟତ୍ କର୍ମଚାରୀମାନଙ୍କୁ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ସମ୍ପାଦିକା ସୁଦେଷ୍ଣା ମିଶ୍ର, କୋଷାଧ୍ୟକ୍ଷ ମନୋଜ ସାମଲ, ସଂଯୋଜକ ଶ୍ରୀକାନ୍ତ ପନ୍ଦା, ସଭ୍ୟ ସଂବିତ୍ ଦାସ ପ୍ରମୁଖ ଉପସ୍ଥିତ ରହି ବିଦୁ୍ୟତ୍ ବିଭାଗ କର୍ମଚାରୀ ଓ ପୁଲିସ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*