ମାଲ୍ୟାଙ୍କୁ ଶରଣ ନଦେବାକୁ ବ୍ରିଟେନକୁ ଭାରତର ଅନୁରୋଧ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
ଗତ କିଛି ଦିନ ତଳେ ଚର୍ଚ୍ଚାଜୋର ଧରିଥିଲା ଯେ ଯେକୌଣସି ମୁହୂର୍ତ୍ତରେ ଭାରତ ଆସିପାରନ୍ତି ପଳାତକ ବିଜୟ ମାଲ୍ୟା । ହେଲେ ଅଦ୍ୟାବଧି ସେ ଭାରତ ଆସିନାହାନ୍ତି ବରଂ ବି୍ରଟେନ ସରକାରଙ୍କୁ ମାନବତା ଆଧାରରେ ମାଗିଛନ୍ତି ଶରଣ ।
ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ ସାପ୍ତାହିକ ମିଡିଆ ବି୍ରପିଂ ସମୟରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଆମେ ବି୍ରଟେନର ଅଧିକାରୀଙ୍କୁ ମାଲ୍ୟାଙ୍କୁ ଆଉ ଅଧିକ ଶରଣ ନଦେବାକୁ ଅନୁରୋଧ କରିଛୁ । ଅନ୍ୟପଟେ ବି୍ରଟେନ ପକ୍ଷରୁ କୁହାଯାଇଛି ଯେ, ଯେପର୍ଯ୍ୟନ୍ତ ଆଇନ ପ୍ରକି୍ରୟା ଶେଷ ନହୋଇଛି ସେପର୍ଯ୍ୟନ୍ତ ମାଲ୍ୟାଙ୍କୁ ପ୍ରତ୍ୟାର୍ପଣ କରାଯାଇପାରିବ ନାହିଁ । ସୂତ୍ର ଅନୁସାରେ ଭାରତ ନଆସି ବି୍ରଟେନରେ ଶରଣ ନେବା ପାଇଁ ମାଲ୍ୟା ପୁଣି ଥରେ ଆବେଦନ କରିବାର ଯୋଜନାରେ ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*