ମାର୍ଚ୍ଚ ୫ରୁ ରାଜ୍ୟବ୍ୟାପୀ ଜଳଯୋଗାଣ ବନ୍ଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର
ଓଡ଼ିଶା ପାଇପ ଜଳ କର୍ମଚାରୀ ସଂଘ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି । ସରକାର ପୁଳା ପୁଳା ଯୋଜନା କରୁଛନ୍ତି । ବସୁଧା ଯୋଜନାରେ ରାଜ୍ୟର ସମସ୍ତ ଘରକୁ ବିଷୁଦ୍ଧ ପାନୀୟ ଜଳ ଦେବାପାଇଁ ରାଜ୍ୟ ସରକାର ଘୋଷଣା କରୁଛନ୍ତି । ଏହି ଯୋଜନାକୁ ସଫଳ ଭାବରେ କାର୍ଯ୍ୟକାରିତା କରୁଥିବା ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି, ୱାର୍କଚାର୍ଜ କର୍ମଚାରୀମାନଙ୍କୁ ରେଗୁଲାର କରିବା, ଠିକା ଓ ଏସ୍.ଇ.ଏମ୍ କର୍ମଚାରୀମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା ସମସ୍ୟାର ସମାଧାନ କରାଯାଇ ନାହିଁ । ସାଧାରଣ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଆଗରୁ ଜଳ ଯୋଗାଣ କର୍ମଚାରୀମାନଙ୍କ ଦାବୀ ସମାଧାନ କରାନଗଲେ ନିର୍ବାଚନ ସମୟରେ ପଞ୍ଚାୟତରୁ ସହର ପର୍ଯ୍ୟନ୍ତ ପରିଣାମ ଭୋଗିବାକୁ ସରକାର ପ୍ରସ୍ତୁତ ରହିବାକୁ ସଂଘ ଚେତାବନୀ ଦେଇଛି । ଜଳଯୋଗାଣ ବିଭାଗର ବିଭାଗୀୟ ସର୍ବୋଚ୍ଚ ଅଧିକାରୀ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ଧାରଣା ଦେଇ ଚେତାବନୀ ଶୁଣାଇଛି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସଂଘ ତରଫରୁ ସମ୍ବଲପୁର, ବ୍ରହ୍ମପୁର, କଟକ ରାଜସ୍ୱ କମିଶନର ଓ ସମସ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇ ମାର୍ଚ୍ଚ ୫ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନେ୍ଦାଳନ ଚେତାବନୀ ଦିଆଯାଇଛି । ଜଳଯୋଗାଣ ବିଭାଗର ବିଭାଗୀୟ ସର୍ବୋଚ୍ଚ ଅଧିକାରୀ ସର୍ବୋଚ୍ଚ ଯନ୍ତ୍ରୀ ଗତ ୧୭.୩.୧୭ ଦିନ ସଂଘର ଗଣଧାରଣା ସମୟରେ ଲିଖିତ ପ୍ରତିଶୃତି କାର୍ଯ୍ୟକାରୀ କରିବା ପାଇଁ ବୁଧବାର ରାଜ୍ୟର ସମସ୍ତ ଜିଲ୍ଲାର କର୍ମକର୍ତ୍ତା ଓ ଶତାଧିକ କର୍ମଚାରୀ ପ୍ରତିବାଦ ସଭା ଓ ଗଣଧାରଣା କରି ମାର୍ଚ୍ଚ ୫ ରାଜ୍ୟବ୍ୟାପୀ ଜଳଯୋଗାଣ ବନ୍ଦ କରାଯିବା ପାଇଁ ସଂକଳ୍ପ ନେଇଛନ୍ତି । ୨୮ତାରିଖ ସୁଧା ସମସ୍ତ ଦାବୀ ପୂରଣ କରାନଗଲେ ମାର୍ଚ୍ଚ ୨ରୁ ପୁନର୍ବାର ସର୍ବୋଚ୍ଚ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ ବିଭାଗ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯିବ ବୋଲି ରାଜ୍ୟ ସଂଘର ସଭାପତି ଉମାକାନ୍ତ ନନ୍ଦ, ସାଧାରଣ ସଂପାଦକ ମନୋଜ କୁମାର ମହାନ୍ତି କେନ୍ଦ୍ର କମିଟି ସଦସ୍ୟ ସର୍ବଶ୍ରୀ ଅମ୍ବରୀ ଜେନା, ମଥୁରୀ ବିଶ୍ୱାଳ, ହୃଷିକେଶ ସେଠୀ, ଯଦୁମଣି ପ୍ରଧାନ, ସନ୍ତୋଷ ରଥ, ଶ୍ରୀଧର ନାୟକ, ଅଶୋକ ଦାସ, ଦିନବନ୍ଧୁ ପ୍ରଧାନ, ଟୁନା ଚନ୍ଦ୍ର ପନ୍ଦା ପ୍ରମୁଖ ଜଣାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*