ମାମଲାପୁରମ ବିଚ୍‌ରେ ପଡିଥିବା ଆବର୍ଜନାକୁ ସଫା କରି ମୋଦୀ ଦେଲେ ସ୍ୱଚ୍ଛତା ବାର୍ତ୍ତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ୍‌ଙ୍କ ଦୁଇ ଦିବସୀୟ ଭାରତ ଗସ୍ତବେଳେ ତାଙ୍କୁ ସାକ୍ଷାତ ଓ ଆଲୋଚନା ପାଇଁ ମାମଲାପୁରମ(ମହାବଳୀପୁରମ)ଠାରେ ଉପସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ଦେଶବାସୀଙ୍କୁ ସ୍ୱଚ୍ଛ ଅଭିଯାନ ସକାଶେ ପ୍ରେରିତ କରିଛନ୍ତି । ସ୍ୱଚ୍ଛ ଭାରତ ପାଇଁ ପ୍ରୟାସରତ ପ୍ରଧାନମନ୍ତ୍ରୀ ଶନିବାର ମାମଲାପୁରମ ବିଚ୍‌ରେ ପଡିଥିବା ଅଳିଆ ଆବର୍ଜନାକୁ ନିଜ ହାତରେ ସଫା କରି ଏଦିଗରେ ଦେଶବାସୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ମାମଲାପୁରମର ସମୁଦ୍ର ବେଳା ଭୂମିରେ ଆଜି ପ୍ରାତଃକାଳରେ ବିଚରଣବେଳେ ପ୍ରଧାନମନ୍ତ୍ରୀ ଅନେକ ଅଳିଆ ଆବର୍ଜନା ପଡିଥିବାର ଦେଖିଥିଲେ । ଏହା ଦେଖି ସେ ତତ୍‌କ୍ଷଣାତ୍‌ ନିଜ ହାତରେ ବେଳାଭୂମି ସଫା କରିବାକୁ ଲାଗିଯାଇଥିଲେ । ପାଖାପାଖି ଅଧ ଘଣ୍ଟାଏ କାଳ ପ୍ରଧାନମନ୍ତ୍ରୀ ବେଳାଭୂମିରେ ପଡିଥିବା ପ୍ଳାଷ୍ଟିକ୍‌ ବୋତଲ, ପଲିଥିନ ଆଦି ଉଠାଇ ଜରିରେ ଭରିଥିଲେ । ଏହାପରେ ସେ ଉକ୍ତ ଅଳିଆ ଆବର୍ଜନାକୁ ହୋଟେଲର ଜୟରାମ ନାମକ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରି ମାମଲାପୁରମ ବେଳାଭୂମିରେ ତାଙ୍କ ସ୍ୱଚ୍ଛତା ଅଭିଯାନ ବିଷୟରେ ସୂଚନା ଦେବା ସହ ଏହାର ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଏହି ଅବସରରେ ସେ ଦେଶବାସୀଙ୍କୁ ସ୍ୱଚ୍ଛତାର ବାର୍ତ୍ତା ଦେଇ କହିଥିଲେ ଯେ, ଆମ ଆଖପାଖରେ ଥିବା ସାର୍ବଜନୀନ ସ୍ଥାନଗୁଡିକ ଯେପରି ସଫା ରୁହେ, ତାହା ଆମେ ସୁନିଶ୍ଚିତ କରିବା ଆବଶ୍ୟକ । ଏହା ଦ୍ୱାରା ଆମେ ସୁସ୍ଥ ଏବଂ ଫିଟ୍‌ ଅଛନ୍ତି ବୋଲି ମଧ୍ୟ ସୁନିଶ୍ଚିତ କରିପାରିବା । ପ୍ରଧାନମନ୍ତ୍ରୀ ଉକ୍ତ ସ୍ୱଚ୍ଛତା ଅଭିଯାନର ଭିଡିଓକୁ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିବାର ଅଳ୍ପ ସମୟ ପରେ ଏହାକୁ ଲକ୍ଷଲକ୍ଷ ଲୋକ ଲାଇକ୍‌ କରିବା ସହ ଏହା ଉପରେ ହଜାର ହଜାର କମେଣ୍ଟ ଆସିଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛତା ଅଭିଯାନକୁ ଅନେକ ପ୍ରଶଂସା କରିଥିବାବେଳେ କିଛି ସେ ଧରିଥିବା ପ୍ଳାଷ୍ଟିକ୍‌ ଜରିକୁ ନେଇ ସମାଲୋଚନା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*