ମାନ୍ଦାବସ୍ଥା ଏବଂ ଦରବୃଦ୍ଧି ମଧ୍ୟରେ ଅର୍ଥ ବ୍ୟବସ୍ଥା ପାଇଁ ଭଲ ଖବର ଗ୍ରାମୀଣ ଅଞ୍ଚଳରେ ଚାହିଦା ଓ ଖର୍ଚ୍ଚ ବଢୁଛି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ନିୟମିତ ଖରାପ ଖବର ଆସୁଛି । ଜାନୁୟାରୀରେ ଖୁଚୁରା ମହଙ୍ଗା ଦର ୬ବର୍ଷ ସର୍ବାଧିକ ୭.୫ପ୍ରତିଶତରେ ପହଞ୍ଚôଥିଲାବେଳେ ଡିସେମ୍ବରରେ ଔଦ୍ୟୋଗିକ ଉତ୍ପାଦନ ମଧ୍ୟ ହ୍ରାସ ଘଟିଛି । ତେବେ ଗୁରୁବାର ଅର୍ଥନୀତି ପାଇଁ କିଛି ଭଲ ଖବର ଆସିଛି । ରୟଟର୍ସ ରିପୋର୍ଟ ଅନୁସାରେ ୧୯ମାସ ପରେ ଜାନୁୟାରୀରେ ପ୍ରଥମ ଥର ପାଇଁ ଗ୍ରାମୀଣ ଅଞ୍ଚଳରେ ମହଙ୍ଗା ଦର ସହରାଞ୍ଚଳ ତୁଳନାରେ ଅଧିକ ବଢିଛି । ଆର୍ଥିକ ବିଶେଷଜ୍ଞଙ୍କ କହିବାନୁସାରେ ଏହା ଏକ ସକାରାତ୍ମକ ସଙ୍କେତ । କାରଣ ଭାରତର ଅର୍ଥବ୍ୟବସ୍ଥା ଏବେ ଚାହିଦା ହ୍ରାସ ସମସ୍ୟା ଦେଇ ଗତି କରୁଛି ।
ଭାରତର ଦୁଇତୃତୀୟାଂଶ ଗ୍ରାମାଞ୍ଚଳରେ ରହୁଥିଲାବେଳେ ୨.୮ଟି୍ରଲିୟନ ଡଲାର ଅର୍ଥନୀତିରେ ଚାଷର ଯୋଗଦାନ ହେଉଛି ୧୫ପ୍ରତିଶତ । ମହଙ୍ଗା ଦର ବଢିବାର ଅର୍ଥ ହେଉଛି ଗ୍ରାମୀଣ କ୍ଷେତ୍ରରେ ଲୋକଙ୍କର ଚାହିଦା ଏବଂ ଖର୍ଚ୍ଚରେ ବୃଦ୍ଧି ଘଟିବା । ଏଲଆନ୍ଦଟି ଫାଇନାନ୍ସିଆଲ୍‌ ହୋଲଡିଂର ମୁଖ୍ୟ ଅର୍ଥନୀତିଜ୍ଞ ରୁପା ରେଗ୍‌ କହିଛନ୍ତି ଯେ, ଗ୍ରାମୀଣ ଅଞ୍ଚଳରେ ଚାହିଦା ବୃଦ୍ଧି ଘଟିବାର ସଙ୍କେତ ସକାରାତ୍ମକ ଅଟେ । ଜାନୁୟାରୀରେ ଗ୍ରାମୀଣ ମହଙ୍ଗାଦର ୭.୭୩ ପ୍ରତିଶତ ରହିଥିଲାବେଳେ ସହରୀ ମହଙ୍ଗା ଦର ୭.୩୯ପ୍ରତିଶତ ରହିଛି ।
ଆଉଟଲୁକ୍‌ ସ୍ଥିର ରଖିଲା ଏସଆନ୍ଦପି
ଗ୍ଲୋବାଲ୍‌ ରେଟିଂ ଏଜେନ୍ସୀ ଷ୍ଟାନ୍ଦାର୍ଡ ଆନ୍ଦ୍‌ ପୋର୍ସ ଭାରତର ରେଟିଂକୁ ବିବିବି-ଅପରିବର୍ତ୍ତିତ ରଖିଛି । ଏଥିସହ ଏଜେନ୍ସୀ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଅର୍ଥବ୍ୟବସ୍ଥାର ଆଉଟଲୁକ୍‌ ଷ୍ଟେବଲ୍‌ ଅଛି ଏବଂ ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ଏହା ପୂର୍ବ ଧାରାକୁ ଫେରିବ । ଭାରତର ଅଭିବୃଦ୍ଧି ହାର ଦ୍ରୁତ ବେଗରେ ହ୍ରାସ ପାଉଛି ଏବଂ ଚଳିତ ବର୍ଷ ଏହା ଗତ ୧୦ବର୍ଷରେ ସବୁଠୁ କମ ସ୍ତରରେ ପହଞ୍ଚôପାରେ । ତେବେ ରାଜକୋଷ ନିଅଣ୍ଟ ଏବଂ ଋଣକୁ ନେଇ ଏଜେନ୍ସୀ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*