ମାନବ ବୋମା ବନି ପାକିସ୍ତାନ ଯିବାକୁ ଚାହୁଁଛନ୍ତି ଭାଜପା ବିଧାୟକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ଅହମ୍ମଦାବାଦ
ନିଜର ବେତନ୍ଦା ଯୁକ୍ତି ଏବଂ ଦାଦାଗିରି ଷ୍ଟାଇଲ ପାଇଁ ଚର୍ଚ୍ଚାରେ ଥିବା ଗୁଜୁରାଟର ଭାଜପା ବିଧାୟକ ମଧୁ ଶ୍ରୀବାସ୍ତବ ଏବେ ପାକିସ୍ତାନ ସହ ଲଢିବା ପାଇଁ ଆଗ୍ରହ ଦେଖାଇଛନ୍ତି । କହିଛନ୍ତି ଯେ, ମୁଁ ଆମ ଜବାନଙ୍କ ସହିଦ ହେବାର ବଦଲା ନେବାକୁ ପ୍ରସ୍ତୁତ । ମାନବ ବୋମା ବନି ପାକିସ୍ତାନ ଯିବାକୁ ଚାହୁଁଛି, ଅତିକମ୍‌ରେ ୫୦୦ ପାକିସ୍ତାନୀଙ୍କୁ ମାରିବାକୁ ଲକ୍ଷ୍ୟ ରଖିଛି ।
ବଡୋଦରା ଜିଲାର ବାଘୋଡିଆ ବିଧାୟକ ଶ୍ରୀବାସ୍ତବ କହିଛନ୍ତି ଯେ, ପୁଲୱାମା ଘଟଣାର ପ୍ରତିଶୋଧ ନେବାକୁ ମୁଁ ପ୍ରସ୍ତୁତ । ଏଥିପାଇଁ ମୁଁ ମୋ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛାଇବି ନାହିଁ । ମୋ ଦେହରେ ବୋମା ଖଞ୍ଜି ମୁଁ ପାକିସ୍ତାନ ଯିବି ୫୦୦ ଲୋକଙ୍କୁ ମାରିବି । ସେହି ଲକ୍ଷ୍ୟ ମୁଁ ରଖିଛି । ସୂଚନାଯୋଗ୍ୟ ଯେ, ୱେଷ୍ଟ ବେକରି ଘଟଣା ପରେ ପ୍ରଥମ ଥର ପାଇଁ ଚର୍ଚ୍ଚାକୁ ଆସିଥିଲେ ବିଧାୟକ ଶ୍ରୀବାସ୍ତବ । ଏହାପରେ ତାଙ୍କର ଅନେକ ଦବଙ୍ଗଗିରି ଘଟଣା ପଦାକୁ ମଧ୍ୟ ଆସିଥିଲା । ଶ୍ରୀବାସ୍ତବ ଗୁଜୁରାଟୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*