ମାନବାଧିକାର ସୁରକ୍ଷା ସଂଗଠନର ରାଜ୍ୟ ସମ୍ମିଳନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବାଲେଶ୍ୱର

ଜାତୀୟ ମାନବାଧିକାର ସୁରକ୍ଷା ସଂଗଠନ (ଡବ୍ଲୁ୍ୟଏଚଆରପିଓ)ର ରାଜ୍ୟସ୍ତରୀୟ ସମ୍ମିଳନୀ ବାଲେଶ୍ୱର ହରିପ୍ଲାଜା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ବାଲେଶ୍ୱର ସଭାପତି ସଂଘମିତ୍ରା ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ କେନ୍ଦ୍ରୀୟ ସଭାପତି ଅଭିନ୍ନ ହୋତା ଯୋଗ ଦେଇ ସାମ୍ପ୍ରତିକ ସ୍ଥିତିରେ ମାନବାଧିକାରର ସୁରକ୍ଷା ଅପରିହାର୍ଯ୍ୟ ବୋଲି କହିଥିଲେ । ମାନବାଧିକାର ଅସୁରକ୍ଷିତ ଜନିତ କାରଣରୁ ସାମଜର ତଳସ୍ତରର ଲୋକେ ଏହାର ପରିଣାମ ଭୋଗୁଛନ୍ତି ।
ବିଭିନ୍ନ କ୍ଷେତ୍ରରେ ଲୋକେ ଆକ୍ରୋଶର ଶିକାର ହେବା ସହିତ ଅନେକ ସ୍ଥାନରେ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ବେଳେ ସେମାନଙ୍କୁ ସହାୟତା କରିବା ପାଇଁ କୌଣସି ସଂଗଠନ ଆଗେଇ ଆସୁ ନାହିଁ । ଏନେଇ ସବୁ ମହଲରୁ ସଚେତନତାର ଆବଶ୍ୟକ ରହିଥିବା ବେଳେ ମାନବାଧିକାର କ୍ଷୁର୍ଣ୍ଣ ସମ୍ପର୍କରେ ତୁରନ୍ତ ସୂଚିତ କଲେ ଏହି ସଂଗଠନ ଉଚିତ ପଦକ୍ଷେପ ନେବ ବୋଲି ଶ୍ରୀ ହୋତା କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*