‘ମାତୋଶ୍ରୀ’ ଛାଡି ଉଦ୍ଧବ ଯିବେ‘ବର୍ଷା’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକ୍‌ରେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଭାବେ ବର୍ଷା ବଙ୍ଗଳା ମଞ୍ଜୁର କରାଯାଇଛି । ଏହି ବଙ୍ଗଳାରେ ଏବେ ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ରହୁଛନ୍ତି । ତେଣୁ ବିରୋଧୀ ଦଳର ନେତା ଭାବେ ଫଡନାଭିସ୍‌ଙ୍କୁ ସାଗର ବଙ୍ଗଳାକୁ ସିପ୍ଟ ହେବାକୁ ପଡିବ । ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।
ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଥାକ୍‌ରେ ବାନ୍ଦ୍ରାରୁ ମାଲବାର ହିଲ୍ସକୁ ଜାନୁଆରୀ ୨୩ରେ ସିପ୍ଟ କରିପାରନ୍ତି । କାରଣ ଏହି ଦିନ ତାଙ୍କ ବାପା ବାଲ୍‌ ଥାକ୍‌ରେଙ୍କ ୯୪ତମ ଜନ୍ମ ଦିବସ । ଯଦି ଉଦ୍ଧବ ଏହି ନୂଆ ବାସଭବନକୁ ଆସନ୍ତି ତେବେ ଥାକ୍‌ରେ ପରିବାରର ପ୍ରଥମ ସଦସ୍ୟ ଭାବେ ସେ ମାତୋଶ୍ରୀ ବାହାରେ ଏକ ବଙ୍ଗଳାରେ ରହିବେ । ବର୍ଷା ବଙ୍ଗଳା ଦକ୍ଷିଣ ମୁମ୍ବାଇର ମାଲବାର ହିଲ୍ସ ନିକଟରେ ଅବସ୍ଥିତ । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭାବନ ଆଗରେ ଜଣାଶୁଣା ଏହି ବଙ୍ଗଳା ରାଜଭବନ ଠାରୁ ୧ କିଲୋମିଟର ପରିଧି ଭିତରେ ରହିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଥାକ୍‌ରେ ମାତୋଶ୍ରୀରୁ କାର୍ଯ୍ୟ କରିବେ ବୋଲି କୁହାଯାଉଥିଲା । ମାତ୍ର ନିରାପତ୍ତା ଏବଂ ପ୍ରୋଟୋକଲ ଦୃଷ୍ଟିରୁ ତାଙ୍କୁ ବର୍ଷାକୁ ଆସିବାକୁ ପଡିବ । ୧୨ ହଜାର ବର୍ଗଫୁଟର ଏହି ବଙ୍ଗଳାରେ ଥାକ୍‌ରେ ପନôୀ ରଶ୍ମୀ ଏବଂ ଦୁଇ ପୁଅଙ୍କ ସହ ରହିବେ । ସୂଚନା ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ବର୍ଷା ବଙ୍ଗଳାରେ ଆଉ ୩ ମାସ ରହିବାକୁ ସୁଯୋଗ ଦିଆଯାଉ ବୋଲି ଅନୁରୋଧ ପତ୍ର ଦାଖଲ କରିଛନ୍ତି । ସେହିପରି ମହାଗଠବନ୍ଧନ ସରକାରର ଅନ୍ୟ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କୁ ମଧ୍ୟ ସରକାରୀ ବାସଭବନ ଅନୁମୋଦିତ କରଯାଇଛି । ରାକପାର ଛଗନ ଭୂଜବଳଙ୍କୁ ରାମଟେକ୍‌ ବଙ୍ଗଳା, ଚନ୍ଦ୍ରକାନ୍ତ ପାଟିଲଙ୍କୁ ସେବା ସଦନ, ଏକନାଥ ସିନେ୍ଧଙ୍କୁ ରୟାଲ ଷ୍ଟୋନ ବଙ୍ଗଳା ସରକାରୀ ବାସଭବନ ଆଗରେ ଅନୁମୋଦିତ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*