ମାତେ ନହେଉ, ମୋ ଗୁରୁଙ୍କୁ ମିଳୁ ସମ୍ମାନ : ଅମିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ରୁଷିଆ ଏକତିନବର୍ଗରେ ଅନୁଷ୍ଠିତ ବିଶ୍ୱ ବକ୍ସିଂ ପ୍ରତିଯୋଗିତାରେ ଅମିତ୍‌ ପଙ୍ଘାଲ ଇତିହାସ ରଚନାପୂର୍ବକ ପ୍ରଥମ ଭାରତୀୟ ବକ୍ସର ଭାବରେ ପୁରୁଷ ବିଶ୍ୱ ପ୍ରତିଯୋଗିତାରେ ଫାଇନାଲକୁ ଉଠିଥିଲେ । ରୌପ୍ୟ ପଦକ ଜିତିଥିବା ଅମିତ ସଫଳତାର ଶିଖରରେ ଥିଲା ବେଳେ ନିଜ ଅପେକ୍ଷା ନିଜ ପ୍ରାରମ୍ଭିକ ସମୟର ଗୁରୁଙ୍କୁ ସମ୍ମାନ ଦେବା ପାଇଁ ଅନୁରୋଧ କରୁଛନ୍ତି । ମୁଁ ବ୍ୟକ୍ତିଗତ ସମ୍ମାନ ପାଇଁ ଆଦୌ କହୁନାହିଁ । ହେଲେ ମୁଁ ବଡ଼ ଅନୁରୋଧ କରୁଛି ଯେ ମୋର ପ୍ରଥମ ଅବସ୍ଥାରେ ଗାଇଡ୍‌ କରିଥିବା କୋଚ୍‌ ଅନୀଲ ଧନକରଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ପ୍ରଦାନ କରାଯାଉ । ଯଦି ଅନୀଲ ସାର୍‌ଙ୍କୁ ଦ୍ରୋଣାଚାର୍ଯ୍ୟ ମିଳେ ତା’ହେଲେ ମୁଁ ସମ୍ମାନୀତ ହେଲି ବୋଲି ମନେ କରିବି । ଯଦି ମୋର ପ୍ରାରମ୍ଭିକ ଦିନଗୁଡିକରେ ଅନୀଲ ସାର୍‌ ନଥାନ୍ତେ ତା’ହେଲେ ମୁଁ ବର୍ତ୍ତମାନର ବକ୍ସର କେବେ ବି ବନିପାରିନଥାନ୍ତି ବୋଲି ପଙ୍ଘାଲ ବଡ଼ ଭାବୁକ ହୋଇ କହିଛନ୍ତି । ୨୦୦୮ରେ ମୁଁ ବକ୍ସିଂ ଆରମ୍ଭ କରିବା ଦିନଠାରୁ ମୋ ସହିତ ଦୃଢ ସମର୍ଥକ ଭାବରେ ଧନକର ସାର୍‌ ରହିଆସିଛନ୍ତି । କେବଳ ବକ୍ସିଂ ନୁହେଁ, ଜୀବନର ସବୁ କ୍ଷେତ୍ରରେ ସେ ମୋତେ କରିଛନ୍ତି ଗାଇଡ୍‌ । ତାଙ୍କୁ ଯଦି ପୁରସ୍କାର ମିଳେ ତା’ହେଲେ ତାହା ମୋ ପାଇଁ ମଧ୍ୟ ପୁରସ୍କାର ହେବ । ସେ ଯଦି ପୁରସ୍କୃତ ହୁଅନ୍ତି ତା’ହେଲେ ମୁଁ ଅଧିକ ଆନନ୍ଦିତ ହେବି । ୨୦୧୨ରେ ଅର୍ଜୁନ ସକାଶେ ବଛା ହୋଇଥିଲେ ପଙ୍ଘାଲ । ହେଲେ ଡୋପ୍‌ ଟେଷ୍ଟରେ ଫେଲ ମାରିବାରୁ ଅର୍ଜୁନ ମିଳିନଥିଲା ଓ ସେ ବର୍ଷକ ପାଇଁ ହୋଇଥିଲେ ବାଛନ୍ଦ । ୨୩ବର୍ଷିୟ ଅମିତ ଭାରତୀୟ ସେନାରେ ଏବେ ନାଇବ ସୁବେଦାର ପଦରେ କାର୍ଯ୍ୟ କରୁଛନ୍ତି । ବିଶ୍ୱ ପ୍ରତିଯୋଗିତାର ବଡ଼ ସଫଳତା ପରେ ତାଙ୍କର ଏବେ ଦୃଷ୍ଟି ଟୋକିଓ ଅଲିମ୍ପିକ୍‌ ଉପରେ । ହେଲେ ତା’ଆଗରୁ ଫେବୃଆରୀରେ ଚୀନରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍‌ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟରେ ସେ ଭାଗ ନେବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*