ମାଣ୍ଡିଆ ବିକ୍ରୟ ନିମନ୍ତେ ସଚେତନତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଯଶିପୁର

ଯଶିପୁର ବ୍ଲକ ଅଧିନସ୍ଥ ମାଟିଆଗଡ଼ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ମିଲେଟ ମିଶନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । କୃଷି ଓ କୃଷକ ସଶକ୍ତିକରଣ ପାଇଁ ବ୍ଲକରେ ଉତ୍ପାଦିତ ଶସ୍ୟ ବିକ୍ରୟ ପାଇଁ କୃଷି ବିଭାଗ ଦ୍ୱାରା ଅନୁବନ୍ଧିତ ଏନଜିଓ କ୍ରେଫଡାର ସ୍ଥାନୀୟ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରି ନିକଟସ୍ଥ ସେବା ସମବାୟ ସମିତିରେ ନିଜର ନାମକୁ ପଞ୍ଜିକୃତ କରାଇ ନେବାକୁ ବ୍ୟବସ୍ଥା କରାଯାଇଛି । ମାନ୍ଦିଆର ସର୍ବନିମ୍ନ ସହାୟତା ମୂଲ୍ୟ କୁଇଣ୍ଟାଲ ପ୍ରତି ୩୧୫୦ ଟଙ୍କା ରହିଥିବା ଏବଂ ଏହାର ବିଭିନ୍ନ ଗୁଣଗାରିମା ଉପରେ ଆଲୋକପାତ କରିଥିଲେ । ବର୍ତ୍ତମାନ ସମୟରେ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବାରୁ ମାନ୍ଦିଆ ବ୍ୟବହାର ଦ୍ୱାରା ବହୁ ଲୋକ ଉପକାର ପାଇ ପାରିବେ । ଏହି ମିଲେଟ ସଚେତନ ଅଭିଯାନରେ ସ୍ଥାନୀୟ ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ, କରଞ୍ଜିଆ ସହକାରୀ କୃଷି ରୋଗପୋକ ଅଧିକାରୀ ଅଭିମନୁ୍ୟ ଅନ୍ଦିଆ,ପୂର୍ବତନ ଜିଲ୍ଲା ପରିଷଦ ଚକ୍ରଧର ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*