ମାଛ ବନାଇଲା ଲକ୍ଷପତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ରିୟୋ ଡି ଜେନେରିୟୋ
ବ୍ରାଜିଲର ଜଣେ ମତ୍ସ୍ୟଜୀବୀଙ୍କ ଜୀବନରେ ଅଚାନକ ଆସିଲା ପରିବର୍ତ୍ତନ । ଗୋଟିଏ ମାଛ ଧରି ସେ ରାତାରାତି ପାଲଟିଛନ୍ତି ଲକ୍ଷପତି । ଆମାଜନ୍‌ ସ୍ଥିତ ଏକ ନଦୀରୁ ସେ ଧରିଥିଲେ ଏକ ବିଶାଳକାୟ ମାଛ ।
ଏହି ମାଛର ନାମ ହେଉଛି ପିରାରୁକୁ । ଏହି ମାଛର ଲମ୍ବ ୩ ମିଟର ହୋଇଥିଲା ବେଳେ ଓଜନ ପାଖାପାଖି ୨୦୦ କିଲୋଗ୍ରାମ । ବ୍ରାଜିଲର ମାଛ ବଜାରରେ ଏହି ମାଛର ପ୍ରତି କେଜି ମୂଲ୍ୟ ଭାରତୀୟ ମୁଦ୍ରାରେ ରହିଛି ପାଖାପାଖି ୯୦୦ ଟଙ୍କା । ମତ୍ସ୍ୟଜୀବୀମାନେ ଏହି ଦରରେ ବଜାରରେ ମାଛ ବିକିଥାନ୍ତି । ତେବେ ରେଷ୍ଟୁରାଣ୍ଟରେ ଏହି ମାଛର ଡିସ୍‌ ମୂଲ୍ୟ ୧୨୦୦ ଟଙ୍କା । ଧଳା ରଙ୍ଗ ଏବଂ ନରମ କାରଣରୁ ମାଛର ଚାହିଦା ଅଧିକା ଥିଲା ବେଳେ ଆମାଜନ ନଦୀରେ କେବଳ ଏହି ମାଛ ଦେଖିବାକୁ ମିଳିଥାଏ । ନବେ ଦଶକରେ ଏହି ମାଛ ବିଲୁପ୍ତ ଅବସ୍ଥାରେ ପହଞ୍ଚôଥିଲା । ୧୯୯୯ ମସିହା ବେଳକୁ ଏହି ମାଛର ସଂଖ୍ୟା ମାତ୍ର ଥିଲା ୨୫୦୦ । ହେଲେ ପରେ ମାଛକୁ ବଞ୍ଚାଇବା ଏବଂ ସଂରକ୍ଷଣ କରିବାର ଅଭିଯାନ ଆରମ୍ଭ ହୋଇଥିଲା । ଯେଉଁ କାରଣରୁ ବର୍ତ୍ତମାନ ଏହି ମାଛର ସଂଖ୍ୟା ୨ ଲକ୍ଷରୁ ଅଧିକରେ ପହଞ୍ଚôଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*