ମା’ଙ୍କୁ ଭେଟିଲେ, ପରିବାର ସହ ଅଧ ଘଣ୍ଟା ବିତାଇଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ଅହମଦାବାଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମା’ ହୀରା ବେନ୍‌ଙ୍କ ସହ କେତେ ଘନିଷ୍ଠ ତାହା ସମସ୍ତେ ଜାଣନ୍ତି । ବିଭିନ୍ନ ସମୟରେ ସେ ଭାଷଣ ଦେବା ସମୟରେ ଅବା ବାର୍ତ୍ତଳାପବେଳେ ମା’ଙ୍କ କଥା ଆପଣାଛାଏଁ ତାଙ୍କ ପାଟିରୁ ବାହାରି ଆସେ । ବହୁ କର୍ମବ୍ୟସ୍ତତା ମଧ୍ୟରେ ସେ ମା’ଙ୍କ ସହ ସମୟ ଅତିବାହିତ କରିପାରୁନଥିଲେ ମଧ୍ୟ ଯେତେବେଳେ ବି ମା’ଙ୍କୁ ଭେଟିବାର ସୁଯୋଗ ଆସେ, ତାହାକୁ ସେ କେବେ ବି ହାତଛଡା କରିନଥାନ୍ତି । ମୋଦୀ ଏବେ ୨ ଦିନ ଧରି ଗୁଜରାଟ ଗସ୍ତରେ ଅଛନ୍ତି । ମଙ୍ଗଳବାର ହେଉଛି ତାଙ୍କ ଗସ୍ତର ଦ୍ୱିତୀୟ ଦିନ । ଗସ୍ତର ପ୍ରଥମ ଦିନ ଅର୍ଥାତ୍‌ ସୋମବାର ସେ ନିଜ ମା’ ହୀରା ବେନ୍‌ଙ୍କୁ ଭେଟିବାର ସୁଯୋଗ ପାଇଥିଲେ । ସଂଧ୍ୟାରେ ସେ ମା’ ଏବଂ ପରିବାର ଲୋକଙ୍କୁ ଭେଟିବା ପାଇଁ ରାୟସନ୍‌ ଗ୍ରାମରେ ପହଞ୍ଚôଥିଲେ । ସେଠାରେ ପହଞ୍ଚô ପ୍ରଥମେ ନିଜ ମା’ଙ୍କ ପାଦ ଛୁଇଁ ଆର୍ଶୀବାଦ ନେବା ସହ ପରିବାର ଲୋକଙ୍କ ଗହଣରେ ପ୍ରାୟ ଅଧ ଘଣ୍ଟା କାଳ ବିତାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*