ମହେଶପୁର ଗ୍ରାମ ପୋଖରୀ ପୁନରୁଦ୍ଧାର ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭନ୍ଦାରିପୋଖରୀ

ଭନ୍ଦାରିପୋଖରୀ ବ୍ଲକ ଅନ୍ତର୍ଗତ ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତର ମହେଶପୁର ଗ୍ରାମ ପୋଖରୀର ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି । ପ୍ରାୟ ୭୦୦ ପରିବାର ବସବାସ କରୁଥିବା ଗ୍ରାମ ମଝିରେ ଥିବା ଏହି ଉପଯୋଗୀ ପଞ୍ଚାୟତ ପୋଖରୀ ପଙ୍କ ଓ ଦଳ ପୂର୍ଣ୍ଣ ହୋଇଛି । ଗ୍ରାମବାସୀମାନେ ଏହି ପୋଖରୀକୁ କାରବାର କରିପାରୁ ନାହାନ୍ତି । ନିହାତି ଆବଶ୍ୟକ ବେଳେ ପୋଖରୀ ପାଣି ବ୍ୟବହାର କରିବା ଦ୍ୱାରା ନାନା ରୋଗ ସୃଷ୍ଟି ହେବା ସହ ଡେଙ୍ଗୁ ଭଳି ମାରାତ୍ମକ ରୋଗର ମଶା ଜନ୍ମ ନେଉଛନ୍ତି ଓ ଏହା ବିଷଧର ସରସୃପଙ୍କ ବାସଭୂଇଁ ପାଲଟିଛି । ଏ ସମ୍ପର୍କରେ ସମାଜସେବୀ ଲକ୍ଷ୍ମୀଧର ଜେନା, ଘନଶ୍ୟାମ ନାୟକ, କହ୍ନେଇ ବିଶ୍ୱାଳ ପ୍ରମୁଖ ଗ୍ରାମବାସୀ ସରପଞ୍ଚଙ୍କୁ ପୋଖରୀର ପୁନରୁଦ୍ଧାର ପାଇଁ ଜଣାଇଥିଲେ । ବିଡିଓ ବନମାଳୀ ତରାଇ ପୋଖରୀ ଅନୁଧ୍ୟାନ କରିବା ସହ ପୁନରୁଦ୍ଧାର ପାଇଁ ପଞ୍ଚାୟତକୁ ନିଦେ୍ର୍ଦଶ ଦେଇଥିବା ନେଇ ସରପଞ୍ଚ ପ୍ରକାଶ କରିଛନ୍ତି । ପୋଖରୀରୁ ଜଳ ନିଷ୍କାସିତ କରାଯାଇ ପୁନରୁଦ୍ଧାର କରାଯିବ ବୋଲି ସରପଞ୍ଚ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*