ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କର ଆମରଣ ଅନଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ଆଜକୁ ୨ ବର୍ଷ ଧରି ନିଜର ଦାବି ପୂରଣ ପାଇଁ ବାରମ୍ବାର ଆନେ୍ଦାଳନ ଓ ଅନଶନ କରି ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ୨୦୦୬ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଧନ୍ଦାମୂଳକ ତାଲିମ୍ ନେଇସାରିଥିଲେ ମଧ୍ୟ ସରକାର ନିଯୁକ୍ତି କରିବାରେ ଅସଫଳ ହୋଇଛନ୍ତି । ବାର୍ଷିକ ଉତ୍ତୀର୍ଣ୍ଣରେ ଯଦି ବାର୍ଷିକ ନିଯୁକ୍ତି ହୋଇଥାନ୍ତା ତେବେ ଆଜି ପର୍ଯ୍ୟନ୍ତ ୧୭ ହଜାରରୁ ଊଦ୍ଧ୍ୱର୍ ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ବେକାର ହୋଇ ଘରେ ବସିନଥାନ୍ତେ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟଦକ୍ଷତା ଓ ସେମାନଙ୍କ ଗୁରୁତ୍ୱକୁ ସରକାର ହୃଦୟଙ୍ଗମ କରିପାରୁ ନାହାଁନ୍ତି । ଯାହା ଫଳରେ ସ୍ୱାସ୍ଥ୍ୟସେବାରେ ବ୍ୟାଘାତ ସୃଷ୍ଟି ହେବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ବାରମ୍ବାର ଅଣଦେଖା କରାଯାଉଛି । ତେଣୁ ଆମର ଦାବିକୁ ସରକାର କୌଣସି ତ୍ରୁଟି ଯୋଗୁ ନିରୀହ ତାଲିମପ୍ରାପ୍ତ ମହିଳାମାନଙ୍କୁ ବଳି ନ ପକାନ୍ତୁ । ସେମାନଙ୍କୁ ବୟସସୀମାକୁ କୋହଳ କରି ନିଯୁକ୍ତି ଦିଅନ୍ତୁ । ମହିଳା ସଶକ୍ତିକରଣ କରିବା ପାଇଁ ହେଲେ ମହିଳାମାନଙ୍କୁ ଶିକ୍ଷିତ ଓ ସ୍ୱାବଲମ୍ବୀ କରିବାର ଆବଶ୍ୟକତା ରହିଛି । ଯଦି ମୁଖ୍ୟମନ୍ତ୍ରୀ ଏ ଦିଗରେ ଚେଷ୍ଟିତ ନ ହୁଅନ୍ତି, ତେବେ ସେ ଦେଇଥିବା ଆହ୍ୱାନକୁ କେବେ ସଫଳ ଭାବରେ ରୂପାୟନ କରିପାରିବେ ନାହିଁ । ଆମକୁ ଭିକ ଦରକାର ନାହିଁ, ଆମକୁ ଭେକ ଦରକାର । ଆମେ ତାଲିମ୍ ଶେଷ କରିଛୁ, ଆମେ ପରିଶ୍ରମ କରିବା ପାଇଁ ଚାହୁଁଛୁ । ଯଦି ଡିସେମ୍ବର ୧ ତାରିଖ ପୂର୍ବର ସରକାର ଆମର ଏହି ନାର୍ଯ୍ୟ ଦାବିକୁ ପୂରଣ ନ କରନ୍ତି, ତେବେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ସମୂହ ଆତ୍ମାହୁତି ଦେବେ ବୋଲି ସଂଘର ରାଜ୍ୟ ସଭାପତି ପାର୍ଥସାରଥୀ ଜେନା ଗଣମାଧ୍ୟମକୁ ଜଣାଇଥିଲେ । ପାର୍ଥସାରଥୀ ଜେନା, ସଂଯୁକ୍ତା ସାହୁ, କଲ୍ୟାଣୀ ପ୍ରଧାନ, ମଧୁସ୍ମିତା ସାହୁ, ସାବିତ୍ରୀ ଲେଙ୍କା, ମୌସୁମୀ ବେହେରା ଓ ବହୁ ସଦସ୍ୟା ଆମରଣ ଅନଶନରେ ଅହୋରାତି ଧାରଣାରେ ବସିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*