ମହିଳା କ୍ରିକେଟ୍: ଦ୍ୱିତୀୟ ଟି-୨୦ ମ୍ୟାଚ ଜିତି ସିରିଜ ଜିତିଲା ଭାରତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ
ଭାରତୀୟ ମହିଳା ଟିମ୍ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଇଂଲନ୍ଦକୁ ୭ ୱିକେଟ୍ରେ ହରାଇ ୩ ମ୍ୟାଚ ବିଶିଷ୍ଟ ସିରିଜ ବିଜୟୀ ହୋଇଛି । ପ୍ରଥମ ମ୍ୟାଚ ଭଳି ଦ୍ୱିତୀୟ ମ୍ୟାଚରେ ବି ବୋଲରମାନେ ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ନେଇଥିଲେ । ଝୁଲଣ ଗୋସ୍ୱାମୀ ଓ ଶିଖା ପାନେ୍ଦଙ୍କ ଦମ୍ଦାର ବୋଲିଂ ପରେ ସ୍ମୃତି ମନ୍ଧନାଙ୍କ ଅର୍ଦ୍ଧଶତକୀୟ ବ୍ୟାଟିଂ ଦଳକୁ ବିଜୟୀ କରାଇଛି । ଏହି ବିଜୟ ସହ ଦଳ ଆଉ ଦୁଇ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ସାମିଲ କରିଛି ନିଜ ଖାତାରେ । ଝୁଲଣ ଓ ଶିଖା ୪ଟି ଲେଖାଏଁ ୱିକେଟ୍ ନେବାରୁ ଇଂଲନ୍ଦ ୪୩.୩ ଓଭରରେ ଅଲଆଉଟ୍ ହୋଇଯାଇଥିଲା ୧୬୧ରନ୍ରେ । ଏହା ପରେ ବାମହାତୀ ଓପନର ସ୍ମୃତି ମନ୍ଧନାଙ୍କ ୬୩ ରନ୍ ଫଳରେ ଦଳ ମାତ୍ର ୨ ୱିକେଟ୍ ହରାଇ ବିଜୟୀ ହୋଇଥିଲା ମ୍ୟାଚରେ ।
ଟାର୍ଗେଟ୍କୁ ପିଛା କରିବାକୁ ଓହ୍ଲାଇବା ଭାରତୀୟ ମହିଳା ଟିମ୍ ଜେମିମା ରୋଡ୍ରିଗେଜ୍, ସ୍ମୃତି ମନ୍ଧନା ଓ ପୁନମ ରାଉତଙ୍କ ୱିକେଟ୍ ହରାଇଥିଲା । ଜେମିମା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯାଇଥିଲାବେଳେ ସ୍ମୃତି ଓ ପୂନମଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୭୩ରନ୍ର ପାର୍ଟନରସିପ୍ ହିଁ ବିଜୟ ସକାଶେ ମୂଳଦୂଆ ପକାଇଥିଲା । ପୂନମ୍ ୪ ଚୌକା ସହ ୩୨ରନ୍ କରି ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ଆଉଟ୍ ହୋଇଥିଲେ । ସ୍ମୃତି ଏହା ପରେ ଅଧିନାୟିକା ମିତାଲିଙ୍କ ସହ ମିଶି ସ୍କୋରକୁ ଆଗକୁ ବଢ଼ାଇଥିଲେ । ସ୍ମୃତି ୬୩ରନ୍ କରି ଏଲ୍ବି ହୋଇଥିଲେ । ତାଙ୍କ ସ୍କୋର ଆସିଥିଲା ୭୪ ବଲ୍ ୭ଚୌକା ଓ ୧ ଛକା ସହାୟତାରେ । ମିତାଲି ୪୭ ଓ ଦୀପ୍ତି ୬ରନ୍ କରି ଦଳକୁ ବିଜୟୀ କରାଇ ଫେରିଥିଲେ । ଏହା ପୂର୍ବରୁ ଶିଖା ୧୮ରନ୍ ଦେଇ ୪ ଓ ଝୁଲଣ ୩୦ ରନ୍ ଦେଇ ୪ ୱିକେଟ୍ ନେବାରୁ ଭ୍ରମଣକାରୀ ଦଳକୁ ଅଡୁଆରେ ପକାଇଦେଇଥିଲେ । ପୁନମ ଯାଦବ(୨/୧୮)ଙ୍କଠାରୁ ତାଙ୍କୁ ଭଲ ସହଯୋଗ ମଧ୍ୟ ମିଳିଥିଲା । ଇଂଲନ୍ଦ ପାଇଁ ସିଭର ଏକାକି ସଂଘର୍ଷ କରିଥିଲେ ୮୫ରନ୍ କରି । ବାକି ୱିନ୍ଫିଲ୍ଡ ୨୮, ବିମାଉଣ୍ଟଣ୍ଟ ୨୦ରନ୍ର ଯୋଗଦାନ କରିଥିଲେ । ଦଳର ୮ଜଣ ବ୍ୟାଟ୍ସମ୍ୟାନ ଏକ ଅଙ୍କରେ ଅଟକିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*