ମହିଳା କ୍ରିକେଟ୍: କ୍ଲିନ୍ସ୍ୱିପ୍ ଲକ୍ଷ୍ୟରେ ଟିମ୍

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ସିରିଜ ବିଜୟୀ ସହ ଆତ୍ମବିଶ୍ୱାସରେ ଭରପୁର ଥିବା ଥିବା ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଶେଷ ଦିନିକିଆ ମ୍ୟାଚ ଇଂଲନ୍ଦ ବିପକ୍ଷରେ ଗୁରୁବାର ଖେଳିବ ୱାଙ୍ଖଡେ ଷ୍ଟାଡିୟମରେ । ଏବେ ଦଳର ଲକ୍ଷ୍ୟ ରହିବ କ୍ଲିନ୍ସ୍ୱିପ୍ କରିବାର । ମିତାଲି ରାଜଙ୍କ ନେତୃତ୍ୱାଧିନ ଭାରତୀୟ ଟିମ୍ ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହୋଇ ୨-୦ରେ ସିରିଜରେ ଅଗ୍ରଣୀ ନେଇ ସାରିଛି । ସିରିଜ ବିଜୟଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଭାରତ ଆଇସିସି ମହିଳା ଚମ୍ପିଆନ୍ସିପ୍ରେ ଗୁରୁତ୍ୱପୂର୍ଣ୍ଣ ୪ପଏଣ୍ଟ ପାଇ ସାରିଛି । ଏହାଦ୍ୱାରା ୨୦୨୧ ବିଶ୍ୱକପ ପାଇଁ ଦଳ ସିଧା ଯୋଗ୍ୟତା ପାଇବାର ସମ୍ଭାବନା ମଧ୍ୟ ବଢ଼ିଛି । ଶେଷ ମ୍ୟାଚ ଜିତି ଆହୁରି ଦୁଇ ପଏଣ୍ଟ ପାଇବାର ସୁଯୋଗ ରହିଛି । ଏଭଳି ସ୍ଥିତିରେ ଦଳ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ନକରିବାକୁ ଚାହିଁବ । ନୂଆ କୋଚ ଡବୁ୍ୟବି ରମଣଙ୍କ ମାର୍ଗଦର୍ଶନରେ ଭାରତୀୟ ଟିମ୍ ବିଜୟ ଲୟକୁ ଫେରି ଆସିଲାଣି । ଓପନର ତଥା ଚଳିତ ବର୍ଷର ଆଇସିସିର ଶ୍ରେଷ୍ଠ ଖେଳାଳି ସ୍ମୃତି ମନ୍ଧନା ବଢ଼ିଆ ଫର୍ମରେ ଅଛନ୍ତି । ଦ୍ୱିତୀୟ ମ୍ୟାଚରେ ତାଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଭାରତ ଜିତି ପାରିଥିଲା । ଆନ୍ତର୍ଜାତିକ କ୍ରିକେଟ୍ରେ ସର୍ବାଧିକ ରନ୍ ସ୍କୋର କରିଥିବା ଭେଟେରାନ୍ ମିତାଲି ରାଜ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ଗତ ଦୁଇଟି ମ୍ୟାଚରେ । ଉଭୟ ଖେଳାଳି ନିଜ ନିଜ ଫର୍ମ ଶେଷ ମ୍ୟାଚରେ ମଧ୍ୟ ଜାରୀ ରଖିବାକୁ ଚାହିଁବେ । ପୁନମ ଯାଦବଙ୍କୁ ଏହି ସିରିଜରେ ସୁଯୋଗ ମିଳିଥିବାରୁ ସେ ମଧ୍ୟ ଏହାର ସଦୁପଯୋଗ ଦେଖାଇଛନ୍ତି । ପୁନମ ଫେରିବା ଦ୍ୱାରା ମଧ୍ୟକ୍ରମରେ ମଝବୁତ ଆସିଛି । ତା’ସହ ଜେମିମା ରୋଡ୍ରିଗେଜ୍ ମଧ୍ୟ ସୃତିଙ୍କ ସହ ମିଶି ବଡ ଇନିଂସ ଖେଳିବାକୁ ଚାହିଁବେ । ଦୀପ୍ତି, ମୋନା ଓ ୱିକେଟ୍କିପର ତାନିଆ ଭାଟିଆ ବି ଉପରକ୍ରମ ବିଫଳ ହେବା ପରେ ଉପଯୋଗୀ ଇନିଂସ ଖେଳିବା ଆବଶ୍ୟକ । ବୋଲିଂରେ ଭାରତୀୟ ଫାଷ୍ଟ ବୋଲର ଓ ସ୍ପିନର ଉଭୟ ପ୍ରଭାବିତ କରିଛନ୍ତି । ବିଶେଷ କରି ଝୁଲଣ ଓ ଶିଖା ପାନେ୍ଦ ଇଂଲନ୍ଦ ବ୍ୟାଟ୍ସମ୍ୟାନଙ୍କ ପାଇଁ ମୁନ୍ଦବିନ୍ଧା ପାଲଟିଛନ୍ତି । ଏହା ବ୍ୟତିତ ଦୀପ୍ତି, ପୁନମ୍ ଓ ଏକତାଙ୍କ ସ୍ପିନ୍ ତ୍ରିମୂର୍ତ୍ତୀଙ୍କୁ ମଧ୍ୟ ସାମ୍ନା କରିବାରେ ହଇରାଣ ହେଉଛନ୍ତି ଇଂଲନ୍ଦ ଖେଳାଳି । ଷ୍ଟାର ଅଲରାଉନ୍ଦର ସୋଫିଙ୍କ ବିନା ଖେଳୁଥିବା ଇଂଲନ୍ଦ ଶେଷ ମ୍ୟାଚରେ ବିଜୟୀ ହୋଇ ଆଇସିସି ଚମ୍ପିଆନ୍ସିପ୍ ପାଇଁ ୨ପଏଣ୍ଟ ନେବା ପାଇଁ ମ୍ୟାଚରେ ବିଜୟୀ ହେବାକୁ ଚାହିଁବ । ଅଲରାଉନ୍ଦର ନତାଲି ଓ ଅଧିନାୟକ ହିଥାରି ନାଇଟ୍ଙ୍କ ବ୍ୟତିତ ଅନ୍ୟ ବ୍ୟାଟ୍ସମ୍ୟାନ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରିନାହାଁନ୍ତି । ତେବେ ଇଂଲନ୍ଦ ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନ ଉପରେ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇଛନ୍ତି । ଭାରତୀୟ ଟିମ୍ ଭଲ ଫର୍ମ ଯୋଗୁ ମ୍ୟାଚରେ ବିଜୟୀ ହେବାର ଆଶା ରଖେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*