ମହିଳା କ୍ରିକେଟ୍ଏ:କତା ବିଷ୍ଟଙ୍କ ଭଲ ବୋଲିଂ : ଭାରତର ବଡ ବିଜୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ
ବାମହାତୀ ସ୍ପିନର ଏକତା ବିଷ୍ଟଙ୍କ ନେତୃତ୍ୱରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଯୋଗୁ ଭାରତୀୟ ଟିମ୍ ଆଇସିସି ଚମ୍ପିଆନ୍ସିପର ପ୍ରଥମ ମ୍ୟାଚରେ ଇଂଲନ୍ଦକୁ ୬୬ରନ୍ରେ ପରାସ୍ତ କରିଛି । ଏକତା ବିଷ୍ଟ ୨୫ରନ୍ ଦେଇ ୪ ୱିକେଟ୍ ନେଇ୨୦୨ରନ୍ର ସ୍କୋରକୁ ବଞ୍ଚାଇବାରେ ସକ୍ଷମ ହୋଇଛି । ଇଂଲନ୍ଦ ଟିମ୍ ୪୧ ଓଭରରେ ୧୩୬ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଏହି ବିଜୟ ସହ ଭାରତୀୟ ଟିମ୍ ୩ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗେଇଛି । ତା’ ସହ ଆଇସିସି ଚମ୍ପିଆନ୍ସିପ୍ରେ ସହଜରେ ୨ପଏଣ୍ଟ ମଧ୍ୟ ପାଇଛି ।
ବିଷ୍ଟଙ୍କୁ ଶିଖା ପାନେ୍ଦ (୨୧ରନ୍, ୨ୱିକେଟ୍), ଦୀପ୍ତି ଶର୍ମା (୩୩ରନ୍,୨ୱିକେଟ୍) ଓ ଅଭିଜ୍ଞ ଝୁଲଣ ଗୋସ୍ୱାମୀ (୧୯ରନ୍, ଗୋଟେ ୱିକେଟ୍)ଙ୍କଠାରୁ ବଢ଼ିଆ ସହଯୋଗ ମିଳିଥିଲା । ଇଂଲନ୍ଦ ପାଇଁ ସାଇବର ସର୍ବାଧିକ ୬୬ବଲ୍ ଖେଳି ୪୪ରନ୍ କରିଥିବାବେଳେ ଅଧିନାୟିକା ନାଇଟ୍ ୩୯ରନ୍ କରି ଅପରାଜିତ ରହିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍ ଓପନର ଜେମିମା ରୋଡ୍ରିଗେଜ୍(୪୮), ଅଧିନାୟିକା ମିତାଲି(୪୪) ଓ ଝୁଲଣ ଗୋସ୍ୱାମୀଙ୍କ ଉପଯୋଗୀ ଇନିଂସ ଯୋଗୁ ୪୯.୪ ଓଭରରେ ୨୦୨ରନ୍ କରିଥିଲା ସମସ୍ତ ୱିକେଟ୍ ହରାଇ । ସ୍ମୃତି ମନ୍ଧନା(୨୪) ଓ ଜେମିମା ପ୍ରଥମ ୱିକେଟ୍ ପାଇଁ ୬୯ରନ୍ କରି ଭଲ ଆରମ୍ଭ ଦଳ ପାଇଁ ଦେଇଥିଲେ । ହେଲେ ମଝି ସମୟରେ ଦଳ ୧୦ ଭିତରେ ୪ ୱିକେଟ୍ ହରାଇ ଦେଇ ଶଙ୍କଟରେ ପଡିଯାଇଥିଲା । ମିତାଲିଙ୍କ ସହ ତାନିଆ(୨୫) ଏହା ପରେ ଅର୍ଦ୍ଧଶତକୀୟ ପାର୍ଟନରସିପ୍ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ସହଯୋଗ କରିଥିଲେ । ଇଂଲନ୍ଦ ପାଇଁ ଟାର୍ଗେଟ୍ ବଡ ନଥିଲା । ଦଳ ଗୋଟିଏ ସମୟରେ ୧୧୧/୩ ସ୍କୋର କରି ଭଲ ସ୍ଥିତିରେ ଥିଲା । କିନ୍ତୁ ଏହାପରଠାରୁ ଦଳର ପାଳି ଭୂଶୁଡି ପଡିଥିଲା । ବାକି ୭ଟି ୱିକେଟ୍ ଦଳ ହରାଇଥିଲା ୨୫ରନ୍ ମଧ୍ୟରେ । ଏକତା ୪୧ତମ ଓଭରରେ ୩ଟି ୱିକେଟ୍ ନେଇ ଭାରତର ବିଜୟକୁ ସୁନିଶ୍ଚିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*