ମହିଳା କର୍ମଚାରୀଙ୍କୁ ନିଦେ୍ର୍ଦଶ, ବ୍ୟାଚ୍‌ ପିନ୍ଧି କାମକୁ ଆସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଟୋକିଓ
ଜାପାନର ଏକ କମ୍ପାନୀ ମହିଳା କର୍ମଚାରୀଙ୍କୁ ପିରିୟଡ ସମୟରେ ଏକ ସ୍ୱତନ୍ତ୍ର ଧରଣର ବ୍ୟାଚ୍‌ ପିନ୍ଧି କାମକୁ ଆସିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ବିଷୟ ପଦାକୁ ଆସିବା ପରେ ସାଧାରଣରେ ବଡ଼ ସମାଲୋଚନା ଆରମ୍ଭ ହୋଇଛି ଏବଂ କମ୍ପାନୀ ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ମହିଳା କର୍ମଚାରୀଙ୍କୁ ଏପରି ନିଦେ୍ର୍ଦଶ ଏଥିପାଇଁ ଦିଆଯାଇଛି ଯେ, ଷ୍ଟୋରକୁ ଆସୁଥିବା ଲୋକେ ଜାଣିପାରିବେ ମହିଳା ଜଣଙ୍କ ବର୍ତ୍ତମାନ ପିରିୟଡରେ ଅଛନ୍ତି । ଜାପାନର ଏହି ଷ୍ଟୋରଟି ମହିଳାଙ୍କ ସେକ୍ସ ସମସ୍ୟା ଏବଂ ମାସିକ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କୀତ ସାମଗ୍ରୀ ବିକିବାରେ ବେଶ୍‌ ଅଗ୍ରଣୀ ଅଛି । ଷ୍ଟୋରର ଏହି ଘୋଷଣାକୁ ଖାଲି ମହିଳା କର୍ମଚାରୀମାନେ ନୁହେଁ ବିଶ୍ୱବ୍ୟାପୀ ମଧ୍ୟ ବିରୋଧ ଆରମ୍ଭ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*