ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ‘ପିଙ୍କାଥନ୍’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ପିଙ୍କାଥନ୍ ଟିମ୍ ପକ୍ଷରୁ ମହିଳାଙ୍କ ସ୍ୱାସ୍ଥ୍ୟ ସଚେତନତା ଉଦେ୍ଦଶ୍ୟରେ ଦୌଡ ÿକାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଘରେ ମହିଳାମାନେ ଫିଟ୍ନେସ୍କୁ ଏକ ଜୀବନଶୈଳୀ ରୂପେ ଗ୍ରହଣ କରିବା ଆବଶ୍ୟକ ଯାହା ସେମାନଙ୍କୁ ଏକ ସୁସ୍ଥ ଜୀବନଯାପନ କରିବାରେ ସହାୟକ ହେବ । ଏହା ହେଉଛି ପିଙ୍କାଥନର ଫିଟ୍ନେସ ଲକ୍ଷ୍ୟ । ଏଥିରେ ୫ କିଲୋମିଟର ଦୌଡ଼ କରାଯାଇଥିଲା ଓ ଏଥିରେ ୧୦୦ରୁ ଅଧିକ ମହିଳା ଅଂଶଗ୍ରହଣକାରୀ ଓ ଅନ୍ୟ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ ।
ପିଙ୍କାଥନ୍ ଆମ୍ବାସଡର ମୌସୁମୀ ମିଶ୍ର, ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ ଓ ଜାତୀୟ ସଟ୍ ପୁଟର ମିସ୍ ଅଂଶିକାଙ୍କ ସହିତ ଏହି ଦୌଡ଼କୁ ପତାକା ଦେଖାଇ ଆରମ୍ଭ କରିଥିଲେ । ପିଙ୍କାଥନ୍ ହେଉଛି ଭାରତର ସବୁଠାରୁ ବଡ଼ ମହିଳାଙ୍କ ଦୌଡ଼ । ଏହାକୁ ୟୁନାଇଟେଡ୍ ସିଷ୍ଟର ଫାଉନେ୍ଦସନ, ମଧୁବନ ସୋସାଇଟି, ସେନ୍ ନଗର, ମୁମ୍ବାଇର ମିଲିନ୍ଦ ସେମାନ୍ ଓ ରୀମା ସାଂଘଭିଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଛି । ଏହାର ଉଦେ୍ଦଶ୍ୟ ହେଉଛି ମହିଳାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଯଥା- ସ୍ତନ କର୍କଟ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା । ପିଙ୍କାଥନ୍ ଜରିଆରେ ମହିଳାମାନଙ୍କୁ ତାଙ୍କର ଦୈନିକ ଜୀବନଶୈଳୀରେ ସ୍ୱାସ୍ଥ୍ୟ ଓ ଫିଟ୍ନେସକୁ ସାମିଲ୍ କରିବା ପାଇଁ ଅନୁପ୍ରେରିତ କରିବା ହେଉଛି ମୂଳ ଲକ୍ଷ୍ୟ । ୟୁନାଇଟେଡ୍ ସିଷ୍ଟର ଫାଉନେ୍ଦସନ ଦ୍ୱାରା ଆୟୋଜିତ ପିଙ୍କାଥନ୍ କେବଳ ମାତ୍ର ଏକ ଦୌଡ଼ କାର୍ଯ୍ୟକ୍ରମ ନୁହେଁ । ଏହି କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ୫ଟି ଦେଶର ଓ ଭାରତରେ ୧୦୦ଟି ସହରର ୧୨ ହଜାରରୁ ଅଧିକ ମହିଳା ଏହି ୫ କିଲୋମିଟର ଦୌଡ଼ରେ ସାମିଲ୍ ହୋଇଥିଲେ । ଗୋଷ୍ଠୀଭିତ୍ତିକ ଦୌଡ଼ ମାଧ୍ୟମରେ ପିଙ୍କାଥନ୍ ଭାରତର ହଜାର ହଜାର ମହିଳାଙ୍କୁ ସଶକ୍ତ କରିବାକୁ ଚାହୁଁଛି । ଯଦ୍ୱାରା ତାଙ୍କର ଜୀବନରେ ସକାରାତ୍ମକ ସ୍ୱାସ୍ଥ୍ୟଗତ ପରିବର୍ତ୍ତନ ଆସିପାରିବ । ଏହି ଦୌଡ଼କୁ କିଟ୍ ଛକଠାରୁ ସିଲିକନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି ପର୍ଯ୍ୟନ୍ତ ଓ ପୁଣିଥରେ କିଟ୍ ଛକକୁ କରାଯାଇଥିଲା । ସଫଳତାର ସହିତ ଦୌଡ଼ ସମାପ୍ତ କରିଥିବା ଅଂଶଗ୍ରହଣକାରୀମାନଙ୍କୁ ମେଡାଲ୍ ଓ ଇ-ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*