ମହିଳାଙ୍କ ସୁରକ୍ଷା ପ୍ରତି ଏମିତିକା ଦରଦ ନିର୍ଭୟା ଫଣ୍ଡ୍‌ର ମାତ୍ର ୬ପ୍ରତିଶତ ଖର୍ଚ୍ଚ କରିଛନ୍ତି ଓଡ଼ିଶା ସରକାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ସାରା ଦେଶରେ ଏବେ ଦୁଷ୍କର୍ମର କଥା ସତେ ଯେପରି ନିୟମିତ ସ୍ୱରୂପ ପାଇଗଲାଣି । ରୋଜ୍‌ ଏକାଧିକ ଘଟଣା ଆସୁଛି ସାମ୍ନାକୁ । ଓଡ଼ିଶା ମଧ୍ୟ ଏଥିରେ ପଛୁଆ ନୁହେଁ । ବଡ ଦୁଃଖର ସହ ଲେଖିବାକୁ ପଡୁଛି ଯେ, ବିଭତ୍ସ ଘଟଣା ରାଜ୍ୟର ବିଭିନ୍ନ ଭାଗରୁ ଏବେ ନିୟମିତ ଭାବରେ ଆସି ବଡ ଅପମାନ ଅବସ୍ଥା ସୃଷ୍ଟି କରିଛି । ତେବେ ସରକାରୀ ସ୍ତରରେ ମହିଳାଙ୍କ ସୁରକ୍ଷାକୁ ନେଇ କେତେ ପ୍ରତିବଦ୍ଧତା ରହିଛି, ସେ କଥାକୁ ନିର୍ଭୟା ଫନ୍ଦ୍‌ ଖର୍ଚ୍ଚର ମାପକାଠିରେ ପକାଇଦେଲେ ସବୁକଥା ଜଳଜଳ ହୋଇଯିବ । ଓଡ଼ିଶା ସରକାର ନିର୍ଭୟା ଫନ୍ଦର ମାତ୍ର ୬ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ସକ୍ଷମ ହୋଇଛନ୍ତି । ଉତ୍ତରାଖନ୍ଦ ଓ ମିଜୋରାମ୍‌ ୫୦ପ୍ରତିଶତ ଖର୍ଚ୍ଚ କରି ଏକ ନମ୍ବର ରାଜ୍ୟ ବନିସାରିଛନ୍ତି ଏଥିରେ । ୨୦୧୨ ଦିଲ୍ଲୀ ବିଭତ୍ସ ଗଣଦୁଷ୍କର୍ମ ଘଟଣା ପରେ ୨୦୧୩ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଭୟା ଫନ୍ଦ ସୃଷ୍ଟି କରାଯାଇଥିଲା । ତକ୍ରାଳୀନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ୧୦ହଜାର କୋଟି ଟଙ୍କା ନିର୍ଭୟା ଫନ୍ଦ୍‌ ପାଇଁ ପ୍ରଦାନ କରାଯିବା ବିଷୟ ଘୋଷଣା କରିଥିଲେ । ସାରା ଦେଶରେ ମହିଳାଙ୍କ ସୁରକ୍ଷା ବାବଦର ଖର୍ଚ୍ଚ ସ୍ୱତନ୍ତ୍ର ଭାବରେ ଏହି ଫନ୍ଦରୁ କରାଯିବାର ଥିଲା ।ହେଲେ ରାଜ୍ୟ ଗୁଡ଼ିକରେ ଏହି ଫନ୍ଦର ନାମକୁ ମାତ୍ର ବିନିଯୋଗ ଦ୍ୱାରା ସୁରକ୍ଷା ବାବଦରେ ଯାହା ସବୁ କରାଯିବାର କଥା ତାହା ହୋଇପାରିନାହିଁ । ତେଣୁ ପିଶାଚ ପ୍ରବୃତିର ଲୋକେ ବିନା ଭୟରେ ଆଜି ବି ବିଚରଣ କରୁଛନ୍ତି ସମାଜରେ । ପାଖାପାଖି ୨ହଜାର କୋଟିରୁ ଅଧିକ ଟଙ୍କା ବିଭିନ୍ନ ରାଜ୍ୟକୁ ନିର୍ଭୟା ଫନ୍ଦ୍‌ ମାଧ୍ୟମରେ ପ୍ରଦାନ କରାଯାଇସାରିଛି । ଗତ ୫ବର୍ଷ ଭିତରେ ୧୬୫୬କୋଟି ଟଙ୍କା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କରାଯାଇଛି ପ୍ରଦାନ । ମେଘାଳୟ, ସିକିମ୍‌, ତି୍ରପୁରା ଏବଂ ଦାମନ୍‌ ଆନ୍ଦ୍‌ ଡୁ୍ୟରେ ଟଙ୍କାଟିଏ ମଧ୍ୟ ନିର୍ଭୟା ଫନ୍ଦରୁ ଖର୍ଚ୍ଚ କରାଯାଇନାହିଁ । ଓଡ଼ିଶା ସରକାର ମାତ୍ର ୬ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି । କର୍ଣ୍ଣାଟକ ଓ ତେଲେଙ୍ଗାନା ସରକାର ମଧ୍ୟ ସେହି ୬ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି । ୨୨୬୪କୋଟି ଟଙ୍କା ରାଜ୍ୟଗୁଡ଼ିକୁ ଦିଆଯାଇଥିବାବେଳେ ସେଥିରୁ ମାତ୍ର ୨୫୨କୋଟି ଟଙ୍କା ନାରୀ ସୁରକ୍ଷା ବାବଦରେ ଖର୍ଚ୍ଚ କରିଛନ୍ତି ବିଭିନ୍ନ ରାଜ୍ୟ । ଉତ୍ତରାଖନ୍ଦ ଓ ମିଜୋରାମ ପରେ ଛତିଶଗଡ଼ ୪୩ପ୍ରତିଶତ ଅର୍ଥ ନାରୀ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ବିନିଯୋଗ କରିଛନ୍ତି । ୨୦୧୪-୨୦୧୯ ମଧ୍ୟରେ ମହାରାଷ୍ଟ୍ରରେ ଭାଜପା ସରକାର ଥିଲେ ମଧ୍ୟ ତଥା ଯେଉଁ ରାଜ୍ୟରେ ୪ହଜାରରୁ ବେଶୀ ମହିଳାଙ୍କ ଉପରେ ଆକ୍ରମଣ କେବଳ ୨୦୧୭ରେ ହୋଇଛି ସେଠାରେ ଟଙ୍କାଟିଏ ମଧ୍ୟ ଏହି ଫନ୍ଦରୁ ବିନିଯୋଗ ହୋଇନାହିଁ । ମହିଳା ପୁଲିସ୍‌ ସ୍ୱେଚ୍ଛାସେବୀ ସୃଷ୍ଟି କରିବା ଥାନାଗୁଡ଼ିକରେ ନିର୍ଭୟା ଡେସ୍କ ପ୍ରସ୍ତୁତ କରିବା ଏପରି ଏକାଧିକ ବିଷୟ ଯାହା ନାରୀ ସୁରକ୍ଷା ଲାଗି ଆବଶ୍ୟକ, ତାହା ଏହି ନିର୍ଭୟା ଫନ୍ଦରୁ ରାଜ୍ୟ ସରକାର ଗୁଡ଼ିକ କରିବାର ବ୍ୟବସ୍ଥା ଅଛି । ହେଲେ ଓଡ଼ିଶା ସମେତ ବହୁ ରାଜ୍ୟ ସରକାର ନିର୍ଭୟା ଫନ୍ଦ୍‌ ବାବଦରେ କେନ୍ଦ୍ରରୁ ଅନୁଦାନ ପାଇଥିଲେ ମଧ୍ୟ ତାହାକୁ ପୂର୍ଣ୍ଣ ଖର୍ଚ୍ଚ ନକରି ନାରୀ ସୁରକ୍ଷା ପ୍ରତି ନିଜ ପ୍ରତିବଦ୍ଧତା କିପରି କାମଚଳା ହୋଇରହିଛି ତାହାକୁ ବତାଇ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*