ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକେ ବାଣ୍ଟିଲେ ହେଲମେଟ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ପୁଣେ
ନିକଟରେ ଜଣେ ୪୭ବର୍ଷ ମହିଳାଙ୍କର ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଥିଲା । ସେ ବିନା ହେଲମେଟ୍‌ରେ ସ୍କୁଟି ଚଲାଉଥିଲେ । ମହିଳାଙ୍କ ମୃତୁ୍ୟର ୧୩ତମ ଦିନରେ ପରିବାର ଲୋକେ ମହିଳାଙ୍କ କଥା ମନେପକାଇ ଲୋକଙ୍କୁ ସଚେତନ କରାଇବା ପାଇଁ ବାଣ୍ଟିଥିଲେ ହେଲମେଟ୍‌ ।
ପୁଣେର ବାରାମତି ସ୍ଥିତ କରୱାଗଞ୍ଜ ଗ୍ରାମରେ ଏହି ଘଟଣା ଘଟିଛି । ପୁଲିସ୍‌ ବିଭାଗରେ କାମ କରୁଥିବା ଜଣେ ବ୍ୟକ୍ତି ନିଜ ପରିବାରର ଏହି ସଦସ୍ୟଙ୍କ ୧୩ତମ ଦିନରେ ୭୦ ଲୋକଙ୍କୁ ହେଲମେଟ୍‌ ବାଣ୍ଟିଥିଲେ । ସାଧାରଣତଃ ଏହି ଦିନ ପୂଜାରୀ ଏବଂ ବ୍ରାହ୍ମଣଙ୍କୁ ପରିବାର ପକ୍ଷରୁ ଦାନ ଦକ୍ଷିଣା ଦିଆଯାଇଥାଏ । ହେଲେ ଏଠି ସେୟା ଘଟିଲା ନାହିଁ । ହେଲମେଟ୍‌ ବାଣ୍ଟିଥିବା ହନୁମନ୍ତ କହିଛନ୍ତି ଯେ ଡୁ୍ୟଟିରେ ଥିବା ସମୟରେ ମୁଁ ଅନେକ ଦୁର୍ଘଟଣା ଦେଖିଛି । ତେଣୁ ଲୋକଙ୍କୁ କିଛି ସନେ୍ଦଶ ଏବଂ ସଚେତନତାର ବାର୍ତ୍ତା ଦେବା ପାଇଁ ମୁଁ ଏହି ନିଷ୍ପତ୍ତି ନେଇଥିଲି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*